ବ୍ଲକ ସ୍ଥରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରାଜ୍ୟ By SPNEWS On Sep 26, 2018 0 Share Rourkela/ Sundargarh ବଣେଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଗୁରୁଣ୍ଡିଆ ଠାରେ ଆଜି ଏକ ବ୍ଲକ ସ୍ଥରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିବା ବଣେଇ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ପ୍ରଥମେ ଫିତା କାଟି ଉଦ୍ଘାଟନ କରିଥିଲେ ଏବଂ ତାଙ୍କ ବ୍ୟତୀତ ଏହି ଶିବିରରେ ଗୁରୁଣ୍ଡିଆ ବ୍ଲକ ଚେଆରମେନ ବିରଜିନିଆ ଜୋଜୋ, ଭାଇସ ଚେଆରମେନ ପାତ୍ରାସ ଏକ୍କା, ବିଡ଼ିଓ ପାସ୍କାଲ କିରୋ, ବିଇଓ ରବୀନ୍ଦ୍ର ମାଝୀ, ସିଡିପିଓ ରୋସାଲୀନ କେର୍କେଟା ଯୋଗଦାନ କରବା ସହ ରାଉରକେଲା ସରକାରୀ ଚିକିତ୍ସା ଳୟର ଡେପୁଟି ସୁପରିଟେଣ୍ଡେଣ୍ଟ ଶଶାଙ୍କ କବି ସଥପଥୀ, ଅର୍ଥପିଢ଼ି ବିଭାଗର ଡକ୍ଟର ସୂର୍ୟ କାନ୍ତ ନାଏକ, ମେଡ଼ିସିନ ବିଭାଗର ଡାକ୍ତର ଦୁର୍ଗେଶ କୁମାର ନାଏକ, ଇଏନଟି ବିଭାଗର ଡାକ୍ତର ମନୋଜ ପାଣିଗ୍ରାହୀ, ଚକ୍ଷୁ ବିଭାଗର ଡାକ୍ତର ସମିର ପାତ୍ର ଏବଂ ଗୁରୁଣ୍ଡିଆ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପିଇଓ, ଜିଆରଏସ ବୃନ୍ଦ ପ୍ରଭୃତି ଯୋଗଦାନ କରିଥିଲେ। ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ସର୍ଵ ମୋଟ ୩୫୯ ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ତନ୍ମଧ୍ୟରୁ ୨୯୧ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଡାକ୍ତର ଟିମ ଚୟନ କରି ପ୍ରମାଣ ପତ୍ର ପ୍ରଦାନ କରିଥିଲେ। 0 Share FacebookTwitterGoogle+ReddItWhatsAppPinterestEmail