କିଶୋର- ଅପରାଧ ସ୍ୱତନ୍ତ୍ର ପୋଲିସ ୟୁନିଟର ଭୂମିକା ଓ କର୍ତ୍ତବ୍ୟ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ମୂର୍ତ୍ତିକା ସଂରକ୍ଷଣ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ପକ୍ଷରୁ ଆଜି କିଶୋର ଅପରାଧ ନ୍ୟାୟଓ ପୋଷ୍ୟ ସନ୍ତାନ ଗ୍ରହଣ ଗାଉଡ ଲାଇନର ପରିବର୍ତ୍ତନୀୟ ଆଇନ ଉପରେ ସ୍ୱତନ୍ତ୍ର କିଶୋର ଅପରାଧ ପୋଲିସ ୟୁନିଟର ଭୂମିକା ଓ କର୍ତ୍ତବ୍ୟ ସଂପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଗଜପତି ଜିଲ୍ଲା ପ୍ରଶାସନର ସହଯୋଗରେ   ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଡି.ଏସ.ପି ଗୌତମ ମଲ୍ଲିକ, ଏ.ଏଚ.ଟି.ୟୁ ଇନ୍‍ସେପ୍‍କ୍‍ଟର ଜ୍ୟୋତ୍ସ୍ନା କାଉଁରୀ ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସଂଯୋଗର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟା ସିଂ ଏବଂ ଜିଲ୍ଲା ଚାଇଡଲାଇନର ସଂଯୋଜକ ସାଇ ପ୍ରସାଦ ସାମଲ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ବାଳ ଅପରାଧ, ନ୍ୟାୟ ପ୍ରଣାଳୀ ଓ ପୋଷ୍ୟ ସନ୍ତାନ ଗ୍ରହଣ ଗାଇଡ ଲାଇନର ପରିବର୍ତ୍ତନୀୟ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟ ପ୍ରକାରେ  ଏହି ଦିଗରେ କାର୍ଯ୍ୟରତ ଅଧିକାରୀମାନଙ୍କର ଭୂମିକା ଓ କର୍ତ୍ତବ୍ୟ କିଭଳି ହେବା ଆବଶ୍ୟକ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍‍ କଣ ଏବଂ ତାର ଉଦ୍ଦେଶ୍ୟ କଣ ଏ ଦିଗରେ ରହିଥିବା ଆଇନ , ଶିଶୁ ଶ୍ରମିକ ଉଦ୍ଧାର ସମୟରେ ସେମାନଙ୍କ ପ୍ରତି ବ୍ୟବହାର, ଉଦ୍ଧାର ପରେ କଣ କରିବାକୁ ହେବ ପ୍ରଭୃତି ଉପରେ ବିସ୍ତୁତ ଆଲୋଚନା କରି ସମନ୍ଧୀୟ ରଖି କାର୍ଯ୍ୟ ସମ୍ପାଦନ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ସବ୍‍ଇନସପେକ୍‍ଟର , ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ସୁରକ୍ଷା ୟୁନିଟ୍‍, ଏବଂ ଚାଇଲଡ ଲାଇନର କର୍ମକର୍ତ୍ତା ଓ ଅଧିକାରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.