ରାଇଘର .ନରସିଂ ବାଘ( 05/06/23) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ରାସପୁର ଗ୍ରାମର ଏକ ପୋଖରୀ ମଧ୍ୟରୁ ଗତ ୨ ତାରିଖ ଦିନ ଖୁଡୁକୁ ପଞ୍ଚାୟତ ଅନ୍ତର୍ଗତ କଲଚୁଆ ଗ୍ରାମର ନାଥା ପାହାଡ଼ିଆ (୨୫)ଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ଏ ନେଇ କୁନ୍ଦେଇ ଥାନା ରେ ଏକ ହତ୍ୟା ମାମଲା ରୁଜୁ କରି ଥାନା ଅଧିକାରୀ ଶ୍ରୀ ସେଠୀ ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ପ୍ରକାଶ ଥାଉକି, କଲଚୁଆ ଗ୍ରାମର ନହରଲାଲ୍ ପାହାଡ଼ିଆଙ୍କ ପୁଅ ନାଥା ପାହାଡ଼ିଆ ଗତ ବୁଧବାର ଦିନ ନିଜ ମାଁ ଓ ବଡ଼ଭାଇ ସହିତ ଦରିପାରା ଗ୍ରାମର ଲେଡ଼ୁଗୁ ଗଣ୍ଡଙ୍କ ଘରକୁ ଏକ ନାମକରଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଉକ୍ତ ଦିନ ନାଥା ପାହାଡ଼ିଆ ଘରକୁ ଫେରି ନଥିବା ବେଳେ ଶୁକ୍ରବାର ସକାଳୁ ରାସପାରା ଗ୍ରାମଠାରୁ ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ଏକ ପୋଖରୀ ମଧ୍ୟରୁ ନାଥା ପାହାଡ଼ିଆଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାସ୍ଥଳରେ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପହଞ୍ଚି ତଦନ୍ତ କରିବା ସହିତ ମୃତ ନାଥା ପାହାଡ଼ିଆଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରିଥିଲେ। ତେଣୁ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ସହାୟତା ନେଇଥିଲେ। ନାଥା ପାହାଡ଼ିଆ ଗତ ବୁଧବାର ଦିନ ଦରିପାରା ଗ୍ରାମକୁ ଏକ ନାମକରଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ଫେରି ନଥିବାରୁ ଥାନା ଅଧିକାରୀ ଶ୍ରୀ ସେଠୀ ଦରିଯାରା ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଜଣାପଡ଼ିଲା ଯେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଉକ୍ତ ହତ୍ୟା କରାଯାଇଛି। ବାପା ଙ୍କ ମୃତ୍ୟୁ ର ପ୍ରତିଶୋଧ ନେବା ପାଇଁ ନାଥା ପାହାଡିଆ ଶୋଇଥିବା ସମୟ ରେ ତାଙ୍କୁ ଟାଙ୍ଗିଆ ରେ ଅମରଚାନ୍ଦ ହତ୍ୟା କରି ସହଯୋଗି ଲଦନ ପାହାଡିଆ ଙ୍କ ରାସପାରା ପୋଖୋରୀ ରେ ଫିଙ୍ଗି ଦେଇଥିବା ନେଇ ଅମରଚାନ୍ଦ ପୋଲିସ ଆଗରେ ପ୍ରକାଶ କରିଛି ।
Sign in
Sign in
Recover your password.
A password will be e-mailed to you.