ଓଡ଼ଗାଁ, ୩୧।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପାସ ହାର ୮୯.୦୨ ପ୍ରତିଶତ ରହିଥିବା ବେଳେ ଏହି କଲେଜରେ ଛାତ୍ର ବିଭୁପ୍ରସାଦ ପ୍ରଧାନ ୫୪୭ ନଂ ରଖି ଶ୍ରେଷ୍ଠ ସଫଳତା ହାସଲ କରି ଓଡ଼ଗାଁ ବ୍ଲକ ଟପ୍ପର ହୋଇଛନ୍ତି। ଠିକ ସେହିପରି ରମାକାନ୍ତ ସାହୁ ୫୨୮ ନଂ ଓ ଦୀପଙ୍କର ଦାସ ୫୨୫ ନଂ ରଖି ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି।ସମ୍ବଦାୟ ୧୩୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୯ ଜଣ ପ୍ରଥମ,୪୩ ଜଣ ଦ୍ଵିତୀୟ,୧୨ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବାବେଳେ ୧୫ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି।ଅନ୍ୟପକ୍ଷେ କୋମଣ୍ଡସ୍ଥିତ ମହିଳା ମହାବିଦ୍ୟାଳୟ ପାସହାର ଶତପ୍ରତିଶତ ରହିଛି।ସମୁଦାୟ ୩୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୬ ଜଣ ପ୍ରଥମ,୯ ଜଣ ଦ୍ଵିତୀୟ ଓ ଜଣେ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।ଅନୁରୂପଭାବେ ଶରଣକୁଳ କଲେଜର ପାସହାର ୯୦.୨୭ ପ୍ରତିଶତ ରହିଛି।ସମୁଦାୟ ୭୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪ ଜଣ ପ୍ରଥମ,୨୫ ଜଣ ଦ୍ଵିତୀୟ ଓ ୧୬ ଜଣ ତୃତୀୟ ଡିଭିଜନରେ କୃତକାର୍ଯ୍ୟ ହୋଇଛନ୍ତି।୭ ଜଣ ଫେଲ ହୋଇଥିବା ଜଣାପଡିଛି। କୃତି ଛାତ୍ର ଛାତ୍ରୀ ମାନଙ୍କ କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଓଡ଼ଗାଁ ବ୍ଲକ ଟପ୍ପର ବିଭୁପ୍ରସାଦଙ୍କୁ ଓଡ଼ଗାଁ କଲେଜ ପରିଚାଳନା କମିଟିର ସଭାପତି ସୁରେଶ ହୋତା ଏବଂ ଅଧ୍ୟକ୍ଷ ରାଜ କିଶୋର ସାହୁ ଶୁଭକାମନା ଜଣାଇବା ସହିତ ବିଧାୟକ ଡଃ ଅରୁଣ କୁମାର ସାହୁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ଓଡ଼ଗାଁ ଏନ୍ଏସି ତଥା ବ୍ଳକର ସମସ୍ତ କୃତି ମାନଙ୍କର ମଙ୍ଗଳ କାମନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post