ବରଗଡ :- ଅବୈଧ ନିଶା କାରବାର କରି ଅଳ୍ପ ସମୟ ମଧ୍ୟରେ ଧନବାନ ହେବା ନିଶା କିଛି ଲୋକଙ୍କୁ ଅଭ୍ୟାସଗତ ଅପରାଧୀ ସଜେଇ ଦେଉଛି । କମ ନିବେଶ ରେ ବେଶୀ ଲାଭ ଆଶା ରେ ଏହି ବ୍ୟବସାୟୀ ମାନେ ଯୁବସମାଜ କୁ ଅବୈଧ ନିଶା ଆଡକୁ ଟାଣି ନେଉଛନ୍ତି । ପୋଲିସ କିମ୍ବା ଅବକାରୀ ବିଭାଗ ଦ୍ଵାରା ଧରା ହୋଇ ଜେଲ ଯିବା ପରେ ଜେଲ ରୁ ବାହାରି ପୁଣିଥରେ ଆହୁରି ଗତିରେ ନିଶା କାରବାର କରୁଥିବାର ବହୁ ନିଶା ବ୍ୟବସାୟୀ ଙ୍କର କବଳରେ ପଡି ଅନେକ ଯୁବକ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ହେବା ଦ୍ୱାରା ଅନେକ ସମୟରେ ବଡ଼ ବଡ଼ ଅପରାଧ ମାନ ଘଟିବା କିଛି ନୂଆଁ କଥା ନୁହେ । କିଛିଦିନ ହେଲା ଅବକାରୀ ଓ ପୋଲିସ ର ତତ୍ପରତା କାରଣରୁ ବରବଡ଼ ଜିଲ୍ଲା ପଦ୍ମପୁର ଉପାଖଣ୍ଡ ର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣ ରେ ଗଞ୍ଜେଇ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଜବତ କରାଯିବା ସହିତ ଏହି କାରବାର ରେ ସମ୍ପୃକ୍ତ ଥିବା ଅପରାଧୀ ମାନଙ୍କୁ ଜେଲ ପଠାଯାଉଛି ।
ବରଗଡ଼ ଅବକାରୀ ଅଧିକ୍ଷକ ଙ୍କର ନିର୍ଦେଶ କ୍ରମେ ତଥା ପଦ୍ମପୁର ଇନ୍ସପେକ୍ଟର ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ପାଇକମାଲ ଅବକାରୀ ଥାନା ସବ ଇନ୍ସପେକ୍ଟର ସିଦ୍ଧାନ୍ତ ପାତ୍ର ଙ୍କର ନେତୃତ୍ୱରେ ପାଇକମାଲ ନିକଟରେ ଥିବା ସାଲେପଲି ଗ୍ରାମର ବୃନ୍ଦାବନ ନାୟକ ର ଘରେ ଚଢ଼ାଉ କରି ଘରେ ଥିବା ଆଠ କେଜି ଦୁଇ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ,ବରଗଡ଼ ମୋବାଇଲ ୟୁନିଟ ର ଚଢ଼ାଉ ରେ ସେହି ସାଲେପଲି ଗ୍ରାମରୁ ତାରାଚାନ୍ଦ ସାହୁ ଓ ଦୁର୍ଯୋଧନ ସେଠ ଙ୍କର ନିକଟରୁ ଦୁଇ କେଜି ଗଞ୍ଜେଇ ସହିତ ଗଞ୍ଜେଇ ଚାଲାଣ ରେ ବ୍ୟବହାର କରାଯାଉଥିବା ବାଇକ OD17Z6984 କୁ ଜବତ କରାଯାଇଛି । ଧରା ପଡିଥିବା ତିନି ଜଣ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୁଇ ଗୋଟି ମାମଲାରେ କେଶ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲା ପରେ ଅଭିଯୁକ୍ତ ମାନଙ୍କର ଜାମିନ ନାମଞ୍ଜୁର ହେବାରୁ ତିନି ଜଣ ଙ୍କୁ ଜେଲ କୁ ପଠେଇ ଦିଆଯାଇଥିବା ସବ ଇନ୍ସପେକ୍ଟର ଶ୍ରୀ ପାତ୍ର ସୂଚନା ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.