ଓଡ଼ଗାଁ ବ୍ଲକ୍ ରଣପୁର ବିଧାୟକଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

0

ଅନୁପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଓଡ଼ଗାଁ,୩୧।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଅଠର ପଞ୍ଚାୟତର ଉନ୍ନୟନ କାର୍ଯ ସମୀକ୍ଷା କଲେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଏବଂ ତାଙ୍କ ସହିତ ଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଚିନ୍ମୟୀ ମିଶ୍ର, ସଂଯୁକ୍ତା ପଢ଼ିହାରି, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି। ଜିଲ୍ଲାର ପାଇଁଚଳିଶି ବିଭାଗରୁ ସମୀକ୍ଷା ବୈଠକରେ ଅନୁପସ୍ଥିତ ଥିବା ଜିଲ୍ଲା କୃଷୀ ଅଧିକାରୀ ଅବକାରୀ, ଜଙ୍ଗଲ, ବନ୍ୟପ୍ରାଣୀ, ପାନୀୟଜଳ ଯୋଗାଣ ଓ ପରିମଳ, ଜିଲ୍ଲା ନିୟୋଜନ ଅଧିକାରୀ, ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ, ତହସିଲଦାର ରଣପୁର ଙ୍କ ସହିତ ନ ବିଭାଗୀୟ ଅଧିକାରୀ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଆପଣମାନେ ହେଲେ ପ୍ରଶାସକ, ଆମେ ହେଲୁ ଲୋକପ୍ରତିନିଧି, ଆମ୍ଭ ଦୁହିଙ୍କ ମଧ୍ୟରେ ସମନ୍ୱୟ ର ଅଭାବ କିମ୍ବା ଅବହେଳା କାରଣରୁ ସାଧାରଣ ଜନତା ସହାୟତା ପାଇବାରେ ଅଯଥା ବିଳମ୍ବ ନହେଉ ବୋଲି ସମୀକ୍ଷା ବୈଠକ କୁ ଅଧ୍ୟକ୍ଷତା କରୁଥିବା ବିଧାୟକ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ପ୍ରତ୍ୟେକ ରାସନ୍ କାର୍ଡ ଧରି କାଳିଆ ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀ ହୋଇପାରିବେ, ହେଲେ ମୋଟ ରାସନ୍ କାର୍ଡଧରି ଙ୍କ ସଂଖ୍ୟା ସତାବନ ହଜାର ରହିଥିବା ବେଳେ, ମାତ୍ର ଚବିଶି ହଜାର ହିତାଧିକାରୀ କାଳିଆ ଯୋଜନା ପାଉଛନ୍ତି, ତେଣୁ ସଚେତନତା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କାଳିଆ ଯୋଜନା ସହାୟତା ପ୍ରଦାନ କରାଯାଉ। ପୋଖରୀ ଖନନ, ମାଛଚାଷ, ବତକ ଚାଷ ଏବଂ ନଡ଼ିଆ ଓ ଆମ୍ବ ଚାରା ରୋପଣ କରି ସମନ୍ୱିତ ଚାଷ ର ବିକାଶ କରି ଚାଷୀ ର ଆୟକୁ ଦ୍ଵିଗୁଣିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ରଣପୁର ଓଡ଼ଗାଁ ବ୍ଲକ୍ ର ଆଠ ଟି ସ୍ଥାନରେ ଏହି ପ୍ରକଳ୍ପ କାର୍ଯକାରୀ ହୋଇଛି ଏବଂ ଆସନ୍ତା ବର୍ଷ ରେ ଏହି ଯୋଜନାକୁ ଅଧିକ ସଂଖ୍ୟକ ଚାଷୀ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯିବା ପାଇଁ ଧ୍ୟାନ ଦେବାକୁ କୁହାଯାଇଥିଲା। ଗୃହପାଳିତ ପ୍ରାଣୀ ମାନଙ୍କ ଚିକିତ୍ସା ନିମନ୍ତେ କେତେକ ଚିକିତ୍ସା କେନ୍ଦ୍ରରେ କର୍ମଚାରୀ ଥିଲାବେଳେ ଭିତ୍ତିଭୂମି ନାହିଁ ଏବଂ ଅନ୍ୟ କେତେକ ସ୍ଥାନରେ ଭିତ୍ତିଭୂମି ଥାଇ କର୍ମଚାରୀ ନଥିବା ଜଣାଯାଇଥିଲା। ଘର ଅଗଣାରେ କୁକୁଡ଼ା ଚାଷ, ପନ୍ଦର ଲକ୍ଷ ଟଙ୍କା ବିନିମୟରେ ଶୀତଳ କୋଠି ନିର୍ମାଣ, ପନ୍ଦର ହଜାର ଟଙ୍କା ବ୍ୟୟରେ ଏକ କୁଇଁଟାଲ ପାରିବ ପାଞ୍ଚ ରୁ ଛ ଦିନ ପରିବା ସଂରକ୍ଷିତ କରିବା ସହିତ ଏହି ଯୋଜନା ଗୁଡିକରେ ସରକାରଙ୍କ ସହାୟତା ସମ୍ପର୍କରେ ଆଲୋଚନା ହୋଇଥିଲା। ଚାନ୍ଦପୁର ଠାରୁ ସୁନାଖଳା ଓ ଉପର ଓ ତଳ ମଣୀନଗ ରାସ୍ତା ନିର୍ମାଣ, ବିଜୁ ସେତୁ ଯୋଜନା, ବିଜୁ ସଡ଼କ ଯୋଜନା, ବନ୍ୟା ନିୟନ୍ତ୍ରଣ, ଡାକ୍ତର ଥାନାରେ ଖାଲି ପଦବୀ ପୁରାଣ, କୋଭିଡ ସମୟରେ ନିର୍ମାଣ ହୋଇଥିବା ଗୃହ ଗୁଡ଼ିକୁ ଡ଼ାକ୍ତର ଖନା ଙ୍କୁ ହସ୍ତାନ୍ତର ପାଇଁ ଖୁବଶୀଘ୍ର ବ୍ୟବସ୍ଥା କରାଯାଉ ବୋଲି ବୈଠକର ନିଷ୍ପତି ହୋଇଥିଲା। ରଣପୁର ନିର୍ବାଚନ ମଣ୍ଡଳୀର ୫୯ ହାଇସ୍କୁଲ ରୁ ୫୨ ଟି ହାଇସ୍କୁଲ ର ରୂପାନ୍ତରଣ କାମ ସାରିଥବା ବେଳେ, ଶେଷ ପର୍ଯ୍ୟାୟରେ ୭ ଟି ହାଇସ୍କୁଲ କୁ ନିଆଯାଇଛି। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସରିଲେ ଖାଲିଥିବା ଶିକ୍ଷକ ପଦବୀ ଗୁଡିକ ପୁରାଣ ହେବ। ଏହା ସହିତ ଅନ୍ୟ ସମସ୍ତ ଲାଇନ ବିଭାଗର ଅଧିକାରୀ ଙ୍କ ସହ ଆଲୋଚନା କରାଯାଇ ନିର୍ଦ୍ଧାରିତ ସମସ୍ୟା ପୂର୍ବରୁ ସମସ୍ତ କାର୍ଯ ଶେଷ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଆର୍ଟିିଓ ପ୍ରଶାନ୍ତ କୁମାର ବେହେରା , ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ସୁଧାକର ଶତପଥୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ହୃଷୀକେଶ ବରାଳ ପ୍ରମୁଖଙ୍କ ସହିତ ଓଡ଼ଗାଁ ବିଡ଼ିଓ ସନ୍ତୋଷ କୁମାର ଜେନା , କାର୍ଯ ନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.