ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଧାମଡଙ୍ଗ ପଞ୍ଚାୟତ ସିଧାମଡଙ୍ଗ ଗ୍ରାମ ଠାରେ ୨୦୧୪ ସ୍ଥାପିତ ରାଜତାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ଚିଠି ସଂଖ୍ୟା:୧୨୦୪/ ତା:୨୦.୦୫.୨୦୨୩ ରିଖ ଅନୁଯାୟୀ ୨୦୨୩-୨୪ ଶିକ୍ଷା ବର୍ଷରେ ସ୍ନାତକ କଳା ଶ୍ରେଣୀ ପାଇଁ ୧୨୮ଜଣ ଛାତ୍ର/ଛାତ୍ରୀ ଙ୍କ ପ୍ରବେଶ ନିମନ୍ତେ ନୂତନ ଭାବେ ସୁଯୋଗ ସୃଷ୍ଠି କରାଯାଇଛି।
ଏହା ଅବଗତି ପରେ ଅଞ୍ଚଳବାସୀ , ବୁଦ୍ଧିଜୀବୀ , ଜନସାଧାରଣ ସମସ୍ତେ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି। ଏହି ପରିବେଶଟି କିଛି ପଛୁଆ ବର୍ଗ , ଆଦିବାସୀ , ହରିଜନ ସମେତ ଅନଗ୍ରସର ପରିବାର ତଥା ଦିନ ମଜୁରିଆଙ୍କ ପରିବାର ରହନ୍ତି। ଏଣୁ ଏଭଳି ସ୍ଥିତିରେ ଯୁବଗୋଷ୍ଠୀ ଯଥେଷ୍ଟ ଶିକ୍ଷାସେବା ନିଶ୍ଚିତ ପାଇ ପାରିବେ ବୋଲି କଲେଜର ସମ୍ପାଦକ କେ. ଆରୁଲ୍ କୁମାର କହିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଅଜସ୍ର ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.