ସ୍ବୟଂ ସହାୟିକା ଗୋଷ୍ଠି ର ସମ୍ପାଦିକାଙ୍କ ସିଙ୍ଗାପୁର ଗସ୍ତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଫେଡ଼େରେସନ ର ସମ୍ପାଦିକା ଶ୍ରୀମତୀ କାଞ୍ଚନ କୁମାରୀ ନାୟକଙ୍କ ସିଙ୍ଗାପୁର ଗ୍ରସ୍ତ ପାଇଁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଶ୍ରୀମତୀ କାଞ୍ଚନ କୁମାରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଦିତ କରିଥିଲେ। ଓଡ଼ିଶାର କେବଳ ୧୦ ଟି ଜିଲ୍ଲାରୁ ଜଣେ ଲେଖାଁଏ ସ୍ବୟଂ ସହାୟକ ଗୋଷ୍ଠିର ପ୍ରତିନିଧି ସିଙ୍ଗାପୁର ଯିବାଲାଗି ଚୟନ ହୋଇଥିବା ବେଳେ ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳର ମାଁ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠି , ସୁବଲଡ଼ା ଗ୍ରାମ , ରା.ଉଦୟଗିରି ବ୍ଲକ୍ ର ଆଦିବାସୀ ମହିଳା ସୁଦୂର ସିଙ୍ଗାପୁର ଯିବା ଲାଗି ମନୋନୀତ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ ସ୍ଵୟଂ ସହାୟିକା ଗୋଷ୍ଠି ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ କିଭଳି ଆନ୍ତର୍ଜାତୀୟ ବଜାରରେ ବିକ୍ରି ହୋଇପାରିବ ଏବଂ ସିଙ୍ଗାପୁରର କଳା ଓ କୌଶଳ ଅନୁଧ୍ୟାନ କରିବା ସକାଶେ।
ସମ୍ବର୍ଦ୍ଧିତ ଉତ୍ସବ ସମୟରେ କାଞ୍ଚନ ଖୁସିର ସହ ମତବ୍ୟକ୍ତ କରିଛନ୍ତି ଯେ ଗ୍ରାମର ମହିଳା ଦିନେ ଆକାଶରେ ଉଡ଼ିବ ଏବଂ ବିଦେଶ ବୁଲିଯିବ ଏହା ସ୍ବପ୍ନରେ କେବେ ଭାବିନଥିଲେ। ଏଥିପାଇଁ ସେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଆସନ୍ତା ଜୁନ୍ ୩ ତାରିଖରେ ଭୂବନେଶ୍ବରରୁ ସିଙ୍ଗାପୁର ଯିବାପାଇଁ ଆରମ୍ଭ ହେବାକୁ ଥିବା ବିମାନ ସେବାର ପ୍ରଥମ ଦିନରେ ୧୦ ଜିଲ୍ଲାରୁ ୧୦ ଜଣ ସ୍ବୟଂ ସହାୟକ ଗୋଷ୍ଠିର ମହିଳା ସିଙ୍ଗାପୁର ଯିବାପାଇଁ ସୁଯୋଗ ପାଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରି , ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି , ଶ୍ରୀ ରଶ୍ମି ରଞ୍ଜନ ସେଠି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଏବଂ ମାଁ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.