ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ‘ମୋ ବୁଥ ମୋ ଗୌରବ’ ପ୍ରଶିକ୍ଷଣ ଶିବିର 

0

ପଦ୍ମପୁର/Nila Deep – ଦଳକୁ ଲୋକଙ୍କ ଅଧିକରୁ ଅଧିକ ନିକଟତର  କରିବା ସହ ସେମାନଙ୍କ ଆସ୍ଥାଭାଜନ ହେବା ଉଦ୍ଦେଶ୍ୟ ନେଇ କଂଗ୍ରେସ ଅଧ୍ୟକ୍ଷ ଗରାହୁଲ ଗାନ୍ଧୀଙ୍କ ଆହ୍ବାନ କ୍ରମେ ‘ମୋ ବୁଥ ମୋ ଗୌରବ’ କାର୍ଯ୍ୟକ୍ରମ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ଥରରେ ଅନୁଷ୍ଠିତ ହୋଇଯାଇଛି ।ପଦ୍ମପୁର ନଗର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସନ୍ତୋଷ ଶତପଥିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସାହୁ କିପରି ଭାବରେ ତୄଣମୂଲ ସ୍ତରରୁ ସଂଗଠନ ମଜବୁତ ହୋଇପାରିବ ସେ ବିଷୟରେ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ପ୍ରଶିକ୍ଷଣ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସ୍ବାଇଁ, ବରିଷ୍ଠ ନେତା ଗୌନ୍ତିଆ ସାହୁ, ସୁନିଲ ଅଗ୍ରୱାଲ,ରାଧାରମଣ ପାଣିଗ୍ରାହୀ, ନେହରୁ ତ୍ରିପାଠୀ, ବିନୋଦ କାଲିଆ,ଉଦ୍ଧବ ପ୍ରଧାନ, ମନଜୁଲ ହୁସେନ,ନିର୍ବାଚନ ମଣ୍ଡଳୀ ସ୍ଥରୀୟ ସଭାପତି ଅଭିଶେଖ ରଥ,ଝାରବନ୍ଧ ଜୋନ ସଭାପତି ମୁଜଫର ହୁସେନ, ପାଇକମାଲ ଜୋନ ସଭାପତି ପ୍ରତିକ ତ୍ରୀବେଦି,ମହିଳା କଂଗ୍ରେସ ସଭାନେତ୍ରୀ ଜିତେଶ୍ବରୀ ଦାଶ,ପଦ୍ମପୁର ଯୁବମୋର୍ଚା ସଭାପତି ପ୍ରେମାନନ୍ଦ ଭୋଇ, ଅକ୍ଷୟ ସାହୁ, ପ୍ରଦୀପ ବେହେରା, ପ୍ରବିଣ କୁମାର ଦାଶ,ବିଜୟନନ୍ଦ ପଟ୍ଟନାୟକ, ତରଣୀ ସାହୁ,ମନୋଜ ପ୍ରଧାନ  ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ବ୍ଳକର ଶତାଧିକ କର୍ମୀ ଯୋଗଦାନ କରି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.