ବାରିପଦାରେ ‘ ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ସେପ୍ଟେମ୍ବର ୨୫ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ  ଜିଲ୍ଲା ପ୍ରଶାସନ ଓ ବିଜୁ ବାହିନୀର  ମିଳିତ ଅନୁକୂଲ୍ୟରେ ଆୟୋଜିତ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟରେ କ୍ରୀଡ଼ା ଓ କଳା କ୍ଷେତ୍ରରେ ଯୁବ ପୀଢ଼ିଙ୍କ ମଧ୍ୟରେ ଲୁକ୍କାୟିତ୍ ପ୍ରତିଭାର ଅନ୍ୱେଷଣ କରି ତାକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।  ଏହା ରାଜ୍ୟର ଯୁବଗୋଷ୍ଠୀଙ୍କୁ ଆର୍ଥିକ ଓ ସାମାଜିକସ୍ତରରେ ସୁଦୃଢ଼ କରାଇବାରେ ସହାୟକ ହେବ । ସାଧାରଣ ଯୁବ ଓ ଅସାଧାରଣ ଲକ୍ଷ ନେଇ ଏହା କାର୍ଯ୍ୟ ଆରମ୍ଭ କରିଛି ବୋଲି ମତ ବକ୍ତ କରିଥିଲେ । ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷ ବି. ସି. ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ  ଉକ୍ତ ସାଧାରଣ ସଭାରେ ଏନଏସଏସର ପିଓ କେ. ସି. ମିଶ୍ର କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ଲକ୍ଷ୍ୟ ଉପରେ ଆଲୋକପାତ କରାଇଥିବା ସମୟରେ ସମ୍ମାନୀତ ଅତିଥି ଭାବେ ବାରିପଦା ପୌରପାଳ ବବିତା ଦାସ, ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର  ଓ ଅନ୍ୟତମ ଅତିଥି ଭାବେ ଉକ୍ତ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ‘ ମୁଁ ହିରୋ ମୁଁ ଓଡ଼ିଶା’ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଇଥିଲେ । ସଭାରେ ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ ଅତିଥି ପରିଚୟ ପ୍ରଦାନ ଓ ଜୁନିୟର ରେଡ଼କ୍ରସର କାଉନସିଲର ଡ଼ଃ. ଏସ. କେ. ଦାଶ ଧନ୍ୟବାଦ ଅର୍ପଣ କହିଥିବା ସମୟରେ ମଞ୍ଚ ପରିଚାଳନାରେ ମହାବିଦ୍ୟାଳୟର ପୂର୍ବତନ ସଭାପତି ଆଭାସ ଦେ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ଶଙ୍କର୍ଷଣ ପଣ୍ଡା, ବର୍ତ୍ତମାନର ସଭାପତି ତୁଷାର ନାୟକ, ଦିଦ୍ୟବ୍ରତ ମହାନ୍ତି, ଛାତ୍ର ନେତା ଅଭୟ ସିଂ, କପିଲ ଖଣ୍ଡେଲୱାଲ, ବିରଞ୍ଚି ମହାପାତ୍ର, ନାନୁ ମହାକୁଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଏଥି ସହିତ  ବାରିପଦା ପୌରପରିଷଦର ବରିଷ୍ଠ  କାଉନସିଲର ସରୋଜ ମହାପାତ୍ର, ପ୍ରଭାତ ମହାନ୍ତି, ଦେବାଶିଷ ପାତ୍ର, ସୀମା ଦାସ, ପୂର୍ବତନ କାଉନସିଲର ଅନନ୍ତ ଦାସ, ବାରିପଦା ବ୍ଲକର କନିଷ୍ଠ  ଯନ୍ତ୍ରୀ ସୁଚିସ୍ମୀତା , ଡ଼ାକ୍ତର ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

 

 

 

 

Leave A Reply

Your email address will not be published.