ଆହେ ସାର….ସତ କହିଲେ, ପାଠ ପଢ଼ାଉଥିଲେ  ନ| ଆଉ କଣ କରୁଥିଲେ ?

0

 ଆଶ୍ରମ ସ୍କୁଲରେ କୋଟିପତି ପ୍ରଧାନ ଶିକ୍ଷକଙ୍କ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବଗୁଲି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ସ୍କୁଲ କାର୍ଯ୍ୟାଳୟ ସହିତ ସାରସକଣା ବ୍ଲକର ଖେରଣା ଗ୍ରାମରେ ଥିବା ପୈତୃକ ବାସଭବନ, ସାରସକଣାସ୍ଥିତ ଶ୍ୱଶୁରଙ୍କ ଘର, ବାରିପଦା ପୌରପରିଷଦର ୱାଡର଼୍ ନଂ ୨୨, ରଘୁନାଥପୁରସ୍ଥିତ ଦୁଇଟି  ବାସଭବନ ଉପରେ ବାଲେଶ୍ୱର ଭିଜିଲାନ୍ସ ୟୁନିଟର କର୍ମଚାରୀମାନେ ଏକକାଳୀନ ଚଢ଼ାଉ କରିଥିଲେ ।  ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବାର ଜଣାପଡ଼ିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀସାହୁଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିବାଡ଼ି ଆଦିର ଆକଳନ ଜାରି ରହିଥିବା ସମୟରେ ଜବତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୮୭ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି । ବାଲେଶ୍ୱର ଭିଜିଲାନ୍ସ ୟୁନିଟ ଡିଏସପି ସନ୍ତୋଷ କୁମାର ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଇନ୍ସପେକ୍ଟର ମାନସୀ ଜେନାଙ୍କ ସହଯୋଗରେ  ଉକ୍ତ ଚଢ଼ାଉ ହୋଇଥିଲା ।

 

Leave A Reply

Your email address will not be published.