କୋଠପଦା ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା

0 2

 ଗଣକବି ବୈଷ୍ଣବ ପାଣିଙ୍କ ନାମରେ ନାମିତ ଏହି ଷ୍ଟାଡିୟମକୁ ଏକ ରାଜ୍ୟସ୍ତରୀୟ ଉନ୍ନତ ମାନର ଷ୍ଟାଡିୟମରେ ପରିଣତ କରିବାକୁ ବିଧାୟକ ଙ୍କ ଉଦ୍ୟମ ସଫଳ ହେବାକୁ ଯାଉଛି l 

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲାର ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତସ୍ଥିତ କୋଠପଦା ମିନି ଷ୍ଟାଡିୟମ ଉନ୍ନତିକରଣ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି l ଏହି ଷ୍ଟାଡିୟମ ମାହାଙ୍ଗା ବ୍ଲକର ଏକ ଉନ୍ନତ ତଥା ଅଗ୍ରଣୀ ଷ୍ଟାଡିୟମ ହେବାକୁ ଯାଉଛି l ଏଠାରେ ଫୁଟବଲ, ଭଲିବଲ, କ୍ରିକେଟ ଖେଳିବା ପାଇଁ ସୁଦୃଢ ଭିତ୍ତିଭୂମି ରହିଛି l ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗଣକବି ବୈଷ୍ଣବ ପାଣିଙ୍କ ନାମରେ ନାମିତ ଏହି ଷ୍ଟାଡିୟମକୁ ଏକ ରାଜ୍ୟସ୍ତରୀୟ ଉନ୍ନତ ମାନର ଷ୍ଟାଡିୟମରେ ପରିଣତ କରିବାକୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି l ଷ୍ଟାଡିୟମ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l
୨ ମାସ ମଧ୍ୟରେ ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ଶେଷ କରିବାକୁ ବିଧାୟକ ଶ୍ରୀ ଜେନା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକରେ ମାହାଙ୍ଗା ପଞ୍ଚାୟତ ସମିତି ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିକେଡ଼ି ସଭାପତି ରାଜକିଶୋର ଜେନା, ପୂର୍ବତନ ଚେୟାରମ୍ୟାନ ଶରତ ନାୟକ, କୁଣ୍ଡି ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି,ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ,ପୂର୍ବତନ ସରପଞ୍ଚ ସୁବାସ ବେହେରା,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ,ଆର ଏନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଦାଶ, ମାଇନର କମ୍ୟୁନିଟି ସଂଗଠକ ଅଫସର ତୁଲ୍ଲା,ଯୁବ ସଂଗଠକ ଜଗନ୍ନାଥ ନାୟକ,କ୍ରୀଡା ସଂଗଠକ ସୁଟୁ ଘୋଷ,ପର୍ଯ୍ୟବେକ୍ଷକ ରାହାସ ବିହାରୀ ବିଶ୍ୱାଳ, ଯୁବନେତା ପ୍ରୀତମ କାନୁନଗୋ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁତ କୁମାର ସାହୁ ଏବଂ ସଂଗ୍ରାମ କେଶରୀ ପରିଡା, ସହକାରୀ ଯନ୍ତ୍ରୀ ସୁବାସ ଜେନା,କୁହୁଣ୍ଡା ପଞ୍ଚାୟତ ମହିଳା ଫେଡେରେସନ ସଭାପତି ଆରତୀ ନାୟକ,ଅମୀୟ ନାୟକ,ଗଣେଶ ବିହାରୀ, ରବୀନ୍ଦ୍ର ପୃଷ୍ଟି, ସୁଶାନ୍ତ ଦାସ, ବାସବ ବେହେରା ଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.