ନୟାଗଡ,(ଲକ୍ଷ୍ମୀଧର ସାହୁ): ଗ୍ରୀଷ୍ମର ପାଦୁର୍ଭାବରେ ରାଜ୍ୟର ସମସ୍ତ ଜନତା ଅସ୍ତବ୍ୟସ୍ତ । ଯେତେବେଳେ ସାଧାରଣ ଜନତାଟିଏ ଅନେକ ଅସୁବିଧାର ସମୁଖୀନ ହୋଇଥାଏ, ସେତେବେଳେ ଦିବ୍ୟାଙ୍ଗଙ୍କ କଥା କହିଲେ ନସରେ । ଏହି ପରିପ୍ରେକ୍ଷୀରେ, ସେହି ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ରାଜ୍ୟ ଆଇନ ସେବା ପ୍ରାଧିକରଣର ଏକ ନିଆରା ପ୍ରୟାସ । ଏହି ପ୍ରୟାସକୁ ସଫଳ କରିବା ନିମନ୍ତେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଅଭିଯାନ ଆରମ୍ଭ କରି ସାରିଛନ୍ତି । ସୂଚନା ଅନୁସାରେ, ଚଳିତ ମାସ ଗତ ୨୨ ରୁ ଆସନ୍ତା ୨୯ ରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ତାଲୁକରେ ଏହି ଅଭିଯାନ ଜାରି ରହିବ । ପ୍ରାଧିକରଣ ଦିବ୍ୟାଙ୍ଗ ମାନଙ୍କ ଦ୍ବାରଦେଶରେ ପହଞ୍ଚି ତାଙ୍କର ସମସ୍ତ ସମସ୍ୟା, ସୁବିଧା- ଅସୁବିଧା ଏବଂ ଅବଶ୍ୟକତା ଆଦି ପଚାରି ବୁଝିବେ । ସେହି ସମସ୍ୟା ଗୁଡ଼ିକୁ ଉପଯୁକ୍ତ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସୁବିଧା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଯିବ । ତତ୍ ସହିତ ଯେଉଁମାନେ ଆଇନ ସମ୍ବନ୍ଧୀୟ ସାହାଯ୍ୟ, ସହାୟତା ବା ପରାମର୍ଶ ଦରକାର କରୁଥାନ୍ତି, ସେମାନଙ୍କୁ ଉପଯୁକ୍ତ ଆଇନ ସେବା ଯୋଗାଇ ଦିଆଯିବ । ବିହିତ ସୂଚନା ନିମନ୍ତେ ପ୍ରାଧିକରଣ ତରଫରୁ ସୂଚନା ପତ୍ର ମଧ୍ୟ ପ୍ରଦାନ କରାଯାଉଅଛି । ଉପରୋକ୍ତ ସମସ୍ତ ସୂଚନା ଉପଭୋକ୍ତା ନିକଟରେ ପହଞ୍ଚେଇବା ସହ ଅଭିଯାନକୁ ସଫଳ କରିବା ନିମନ୍ତେ ପ୍ରାଧିକରଣର କର୍ମଚାରୀ ସମେତ ଗ୍ରାମୀଣ ଆଇନ ସହାୟତା କର୍ମୀଗଣ ଦିବ୍ୟାଙ୍ଗମାନଙ୍କ ଦ୍ବାରଦେଶକୁ ପହଞ୍ଚିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ବୋଲି ପ୍ରାଧିକରଣର ସଚିବ ବିଶେଷ କୁମାର ସାହୁ ସୂଚନା ଦେଇଛନ୍ତି । ପୁନଶ୍ଚ, ଏହି ଅଭିଯାନରୁ ଲାଭ ଉଠାଇ ଏକ ସୁସ୍ଥ ଏବଂ ସୁନ୍ଦର ସମାଜ ଗଠନ କରିବା ନିମନ୍ତେ ସମସ୍ତ ଜନସାଧାରଣ ସହଯୋଗ କରିବା ପାଇଁ ପ୍ରାଧିକରଣ ପକ୍ଷରୁ ଏହାର ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.