ଭୁବନେଶ୍ୱର,୨୩/୫: ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍)ରେ ସାମିଲ ହେବା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିଗତ ଜୀବନର ଗୁଣବତାକୁ ବୃଦ୍ଧି କରିବାରେ ସହାୟକ ଅଟେ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏନ୍ଏସ୍ଏସ୍ର ରାଜ୍ୟସ୍ତରୀୟ କଲ୍ଚରାଲ୍ ଫେଷ୍ଟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରବିବାର ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ସେଠୀ । ଓଡ଼ିଶାର ୧୯ଟି ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦରୁ ପ୍ରାୟ ୨୦୦ ଜଣ ଏନ୍ଏସ୍ଏସ୍ର ପ୍ରୋଗ୍ରାମ ଅଫିସର ଓ ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ମହାଭାରତର ଉଦାହରଣ ଦେଇ ଶ୍ରୀ ସେଠୀ କହିଥିଲେ ଯେ ଦାନ ଓ ଦୟା ଭଳି ଗୁଣ ଭାରତୀୟ ସଂସ୍କୃତି ସହ ଯୋଡି ହୋଇ ରହିଛି ଯାହାକୁ କି ଛାତ୍ରଛାତ୍ରୀମାନେ ଆହରଣ କରିବା ଆବଶ୍ୟକ ।
ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ “ବସୁଧୈବ କୁଟୁମ୍ବକମ୍” ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହ ପ୍ରତିକୂଳ ପରିସ୍ଥିତିରେ ଖାପ ଖୁଆଇପାରିଲେ ଏକ ସୁଖ ଜୀବନଯାପନ କରିବା ସମ୍ଭବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଏନ୍ଏସ୍ଏସ୍ ଅଫିସର ତଥା ଉଚ୍ଚଶିକ୍ଷା ବିଭାଗର ଉପ ଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଏନ୍ଏସ୍ଏସ୍ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍, ସୋଆ ଏନ୍ଏସ୍ଏସ୍ ପ୍ରୋଗ୍ରାମ କୋର୍ଡିନେଟର ପ୍ରଫେସର ନଚିକେତା କେ. ଶର୍ମା, ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ପ୍ରଫେସର କମଳଲୋଚନ ମହନ୍ତ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଶ୍ରୀ ବେହେରା ଯୁବପିଢ଼ି ଦେଶର ସାଂସ୍କୃତିକ ପରମ୍ପରା ଉପରେ ଆଗ୍ରହ ରଖିବା ଉଚିତ୍ କହିଥିବା ବେଳେ ସୁଶ୍ରୀ ପଟେଲ୍ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଭାରତୀୟ ସଂସ୍କୃତିକୁ ବୁଝିଲେ ହିଁ ଲୋକମାନଙ୍କ ମଧ୍ୟରେ ଏକତା ବଜାୟ ରହିବ ।
ପ୍ରଫେସର ଶର୍ମା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କର ତମାଖୁମୁକ୍ତ ପରିବେଶ ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିବା ବେଳେ ସମାଜର ହିତ ନିମନ୍ତେ ଏନ୍ଏସ୍ଏସ୍ କିଭଳି କାର୍ଯ୍ୟ କରୁଛି ସେ ବିଷୟରେ ପ୍ରଫେସର ଦାସ ବକ୍ତବ୍ୟ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.