ନବନିଯୁକ୍ତ ଛାତ୍ର ବିଜେଡି କର୍ମକର୍ତ୍ତାଙ୍କୁ ଦୀପାଲୀ ଦାସଙ୍କ ଶୁଭେଚ୍ଛା

8


ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଓ ଛାତ୍ର ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଝାରସୁଗୁଡ଼ା, ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଝାରସୁଗୁଡ଼ା ଜିଲ୍ଲା ବିଜୁ ଛାତ୍ର ଜନତା ଦଳରେ ନବନିଯୁକ୍ତ ଛାତ୍ର ପ୍ରତିନିଧିମାନେ ସୋମବାର ପୂର୍ବତନ ବିଧାୟିକା ଦୀପାଲୀ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସରବାହାଲସ୍ଥିତ ନବ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦୀପାଲୀ ଦାସ ନବନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଦୀପାଲୀ ଦାସ ନବନିଯୁକ୍ତ ଛାତ୍ର ପ୍ରତିନିଧିମାନଙ୍କୁ ନିଜ ଦାୟିତ୍ୱ ନିଷ୍ଠା, ଶୃଙ୍ଖଳା ଓ ସମର୍ପଣ ମନୋଭାବର ସହ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ଛାତ୍ର ସମାଜର ବିଭିନ୍ନ ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ତୃଣମୂଳ ସ୍ତରରେ ତାହାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଶିବାଶିଷ ପଟ୍ଟନାୟକଙ୍କ ସମେତ ବହୁ ନବନିଯୁକ୍ତ ଛାତ୍ର ପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.