ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷା ଓ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ସହିତ ଯୋଡ଼ିତ ହୋଇ ପ୍ରତି ରବିବାର ଭ୍ରାମ୍ୟମାଣ କରି ସେହି ଗ୍ରାମରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳନା କରୁଛନ୍ତି।
ରବିବାର ଦିନ ଗୁମ୍ମା ବ୍ଲକ , ଜିବା ପଞ୍ଚାୟତର ଯୋଗୀପଡୁ ଗ୍ରାମରେ ଥିବା ଶବର ସମାଜ କଲ୍ୟାଣ ସମିତିର ସତସଙ୍ଗ ଗୃହରେ ସ୍ଥାନୀୟ ଲୋକପ୍ରିୟ ଶିଶୁପ୍ରେମୀ ଶିକ୍ଷକ କ୍ରିଷ୍ଣା ରାଓଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାର୍ଥୀ ଜାନି ଶିରିସା ଶବରଙ୍କୁ ପ୍ରତି ରବିବାର ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଦାୟୀତ୍ବ ଦିଆଯାଇଛି।
ଏହି କାର୍ଯ୍ୟକ୍ରମ ସମାପ୍ତି ପରେ ପୂର୍ବରୁ ଚାଲୁଥିବା ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ନିକଟସ୍ଥ ଝାମି ପଞ୍ଚାୟତର ରସିକରାଜପୁର ଗ୍ରାମକୁ ସଂଯୋଜକ ଭ୍ରାମ୍ୟମାଣ କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ପିଲାମାନଙ୍କୁ ସତସଙ୍ଗର ମୁଖ୍ୟ ରମେଶ ଶବର ରାଜସିକ , ତାମସିକ ଓ ସାତ୍ତ୍ୱିକ ଆହାର ବିଷୟରେ ବୁଝାଉଥିଲେ। ସେହି ବିଷୟ ଆଲୋଚନା ପରେ ଗୁମ୍ମା ବ୍ଲକର ସମସ୍ତ ବାଲ ପ୍ରାଥମିକ ସଂସ୍କାର କେନ୍ଦ୍ରମାନଙ୍କର ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପ୍ରସ୍ତାବ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post