ନୟାଗଡ଼,(ଲକ୍ଷ୍ମୀଧର ସାହୁ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ମହାଦେବଙ୍କ ପୀଠରେ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଡ଼ଃ ପ୍ରେମାନନ୍ଦ ମହାପାତ୍ର, ମୁଖ୍ୟବକ୍ତା ଭାବେ ଡଃ ବୈରାଗୀ ଚରଣ ପଟ୍ଟନାୟକ, ସମ୍ମାନିତ ବକ୍ତା ଭାବେ ଡଃ ଅଭିମନ୍ୟୁ ବରାଳ ଯୋଗଦେଇ ଭଞ୍ଜଙ୍କ ଜୀବନାଦର୍ଶ, ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହିକୁ ପବିତ୍ର ମାଟି ବୋଲି କହିବା ସହିତ ତାଙ୍କର ପାଣ୍ଡିତ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଥମେ ଭଞ୍ଜଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ସାହିତ୍ୟିକ ପ୍ରଧାନୀ ବୃନ୍ଦାବନ ମହାପାତ୍ର ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବାଗ୍ମୀ ପ୍ରବଚକ ଡଃ ପବିତ୍ର କୁମାର ସୁବୁଦ୍ଧି ଓ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ବିଶ୍ବନାଥ ମହାପାତ୍ର ସଭା ପରିଚାଳନା କରିଥିଲା ବେଳେ ସୁରେନ୍ଦ୍ର ନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଶତରୂପା ମିଶ୍ର ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ। ଭଞ୍ଜପ୍ରେମୀ ପ୍ରେମାନନ୍ଦ ପଟସେନାନୀ,ନୀରଞ୍ଜନ ସାହୁ, ତ୍ରିନାଥ ସାହୁ, ସନ୍ତୋଷ ମହାପାତ୍ର,ଦୀପକ ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.