ସ୍ଵର୍ଗତ ନିରଞ୍ଜନ ଦାଶଙ୍କ ଦଶାହ ତିଥି ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

0 2

ରାଉରକେଲା (ବସନ୍ତ କୁମାର ଜେନା) :- ଆଜି ତା ସନ୍ଧ୍ୟା ୭ ଘଟିକାରେ ଜଗନ୍ନାଥ ମନ୍ଦିର କୋଏଲ ନଗର ଠାରେ ମେକାନିକାଲ ସପ ଆରଏସପି ପରିବାର ତରଫରୁ ୧୯୭୮ମସିହାରେ ମେକାନିକାଲ ସପକୁ ନୂତନ ଭାବେ ସୃଷ୍ଟି କରିଥିବା ତତ୍ତକାଳୀନ ମ୍ୟାନେଜର ତଥା ପରେ ଇଡି ପ୍ରୋଜେକ୍ଟ ଆରଏସପି ଦାୟୀତ୍ଵ ପାଇଥିବା ସ୍ଵର୍ଣପଦ ପ୍ରାପ୍ତ ମେକାନିକାଲ ଇଞ୍ଜିନିୟର ସ୍ଵର୍ଗତ ନିରଞ୍ଜନ ଦାଶ ଙ୍କ ଦଶାହ ତିଥି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରଯାଇଥିଲା । ପୂର୍ବତନ ଇଡି [ୱାର୍କ୍ସ] ଶୁଭେନ୍ଦ୍ର ଦାସ ସଭାପତିତ୍ଵ କରିଥିବା ବେଳେ, କମିଟିର ଆବାହକ ଜୟନ୍ତ କୁମାର ମିଶ୍ର ସଭା ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବେ ଜନପ୍ରିୟ ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଥିବାବେଳେ ସଂମ୍ମାନିତ ଅତିଥିଭାବେ ରାଉରକେଲାର ସୁନାମ ଧନ୍ୟ ବ୍ୟକ୍ତି ଗଣ, ପୂର୍ବତନ ଜିଏମ ଅଭୟ ଦାସ,ମେକାନିକାଲ ଶପ୍ ର ଜିଏମ ଶେଖର ନାରାୟଣ,ବରିଷ୍ଟ ଆଇନିଜୀବୀ ରମେଶ ଚନ୍ଦ୍ର ମହାନ୍ତି,ଅମ୍ବିକା ମହାନ୍ତି,ପ୍ରତାପ ଚନ୍ଦ୍ର ମହାନ୍ତି,ଯଦୁମଣି ସ୍ଵାଇଁ, ବ୍ରଜେନ୍ଦ୍ର କୁମାର ବାନାର୍ଜୀ, ଜମ୍ବୁ ପଟନାୟକ,ରଶ୍ମୀ ରଞ୍ଜନ ବୋଇତାଇ, ତୃଷାର ମଲ୍ଲିକ,ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।ସ୍ଵର୍ଗୀୟ ଦାଶଙ୍କ ଫଟୋରେ ପୁଷ୍ପ,ଦୀପ ଓ ଧୂପ ଲଗାଇ ମୁଖ୍ୟ ଅତିଥି, ସଂମ୍ମାନୀତ ଅତିଥିଗଣ,ଓ ଉପସ୍ଥିତ ଥିବା ସହକର୍ମୀମାନେ ପୂଜା ଅର୍ଚ୍ଚନା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସ୍ଵର୍ଗୀୟ ଦାଶଙ୍କୁ ପ୍ରଶଂସା କରି ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଉଚ୍ଚପଦ ପାଇପାରି ଜଣେ ଭଲ ମଣିଷ ଭାବେ ରାଉରକେଲାରେ ସୁପରିଚିତ ହୋଇପାରିଥିଲେ ବୋଲି କହିଥିଲେ । ସଂମ୍ମାନୀତ ଅତିଥି ଅଭୟ ଦାସ ନିଜ ବକ୍ତବ୍ୟରେ ସ୍ଵର୍ଗୀୟ ଦାଶଙ୍କର ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କରିଥିବା ଉନ୍ନତି ମୂଳକ କାର୍ଯ୍ୟଗୁଡିକର ପ୍ରଶଂସା କରିଥିଲେ । ଅନ୍ୟାନ ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରେ ସ୍ଵର୍ଗୀୟ ଦଶଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିବା ସହିତ ପ୍ରଥମ ଏନଏ ସି ଷ୍ଟିଲ ଟାଉନସିପ ର ଅଧକ୍ଷ ଭାବେ ଦାୟୀତ୍ଵ ନେଇ,କୋଏଲ ନଗର ଠାରେ, କଲ୍ୟାଣ ମଣ୍ଡପ,ହେଲଥ ସେଣ୍ଟର,ସି ବ୍ଲକ ପାର୍କ ଏବଂ ୩ନମ୍ବର ସେକ୍ଟର ଜଗନ୍ନାଥ ମନ୍ଦିର ର ପାଚେରି ନିର୍ମାଣ କରାଇଥିଲେ । ଅନ୍ୟ ବକ୍ତା ଆଲୋକ ବୋଷ ,ଅଶୋକ କୁମାର ଶେଠୀ ନିଜ ନିଜ ବକ୍ତବ୍ୟ ରଖିଥିଲେ । କାର୍ଜ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରଯାଇଥିଲା । ରାମଚନ୍ଦ୍ର ହେମ୍ରାମ ଧନ୍ୟବାଦ ଦେଇଥିଲେ । କାର୍ଜ୍ୟକ୍ରମରେ କ୍ଷେତ୍ରବାସୀ ସେଠୀ,ଦିଲ୍ଲୀପ ଦାସ, ଅର୍ଜୁନ କୁମାର, କାର୍ତିକ ବେହେରା,ଜି ସି ପତି,ଅଶୋକ ସାହୁ,ମୁରଲୀ ବେହେରା,ରବୀନ୍ଦ୍ର ସି, ବଦ୍ରି ପ୍ରସାଦ,ବି ଏନ ସିଂହ, ବି ବି ସାହୁ,ଲକ୍ଷ୍ମୀଧର ମହାରଣା,ଏ ତିର୍କୀ,ଦଣ୍ଡପାଣି ପଣ୍ଡା,କର୍ଣ ମୋହାତୋ,ସୁଶୀଲ ସୁନା,ରାଜ କିଶୋର ସୁତାର,ଓମ ପ୍ରକାଶ ମିଶ୍ର,କିଶୋର ମହାନନ୍ଦ,ସୋମ୍ୟ ମହାନ୍ତି,କୁମୁଦ ମିଶ୍ର,ଦାମଦୋର ରାଉତ,ନରେନ୍ଦ୍ର ଜେନା, ଅମିୟ ରାୟ, ସୀତାକାନ୍ତ ପାତ୍ର,ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.