ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଶାସନ କୁ ଗୁହାରି କରି ନିରାଶ ହେଲେ। ଶେଷରେ ଗ୍ରାମର ହିତ ପାଇଁ ଗ୍ରାମ ପାଣ୍ଠି ରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ଗ୍ରାମବାସୀ
ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତର ବୁଡ୍ରିଙ୍ଗ୍ ଗ୍ରାମରେ।
ସୂଚନା ପ୍ରକାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଲେଖାରୀପଟା ଗ୍ରାମ ଠାରୁ ବୁଡ୍ରିଙ୍ଗ୍ ଗ୍ରାମ ଦେଇ ଡେଙ୍ଗାସଖାଲ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହନ ଯାତାୟତ କରେ। ମୋହନା ସହରକୁ ଯିବା ପାଇଁ ମୋହନା ବ୍ଲକ ସମେତ ଆର. ଉଦୟଗିରି ବ୍ଲକ ର କିଛି ଗ୍ରାମର ଲୋକ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରନ୍ତି।
କିନ୍ତୁ ଗ୍ରାମ ମଧ୍ୟ ଭାଗ ଦେଇ ରାସ୍ତାଟି ଯାଇଥିବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି ଗ୍ରାମର ଜନସାଧାରଣ , ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସ୍କୁଲ ଏବଂ ଅଙ୍ଗନୱାଡି କୁ ପାଠ ପଢିବା ପାଇଁ ଯାଉଥିବା ଛୋଟ ଛୋଟ ଛାତ୍ରଛାତ୍ରୀ।
ତେଣୁ ଗ୍ରାମ ମଧ୍ୟଦେଇ ଯାଇଥିବା ରାସ୍ତାକୁ ଗ୍ରାମର ସ୍କୁଲ ପଛ ଭାଗରୁ ନେଇ ଗ୍ରାମ ବାହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାରେ ସଂଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ଯାହା ଫଳରେ ଗ୍ରାମ ମଧ୍ୟରେ ଲୋକେ ସୁବିଧାରେରେ ଯା ଆସ କରିପାରିବେ ଏବଂ ଗ୍ରାମ ମଧ୍ୟରେ ହେଉଥିବା ଦୁର୍ଘଟଣାକୁ ମଧ୍ୟ ରୋକାଯାଇପାରିବ।
ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୋହନା ଗ୍ରାମ୍ୟ ନିର୍ମାଣ ବିଭାଗ ନିକଟରେ ଲୋକେ ଅଭିଯୋଗ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା। ଫଳରେ ବାଧ୍ୟ ହୋଇ ଲୋକେ ଗ୍ରାମ ବୈଠକ କରି ନିଜ ଗ୍ରାମ ପାଣ୍ଠିରେ ଗଚ୍ଛିତ ଅର୍ଥ ରାଶିରୁ ରାସ୍ତା ନିର୍ମାଣ କରିବା ଆରମ୍ଭ କରିଛନ୍ତି ଗ୍ରାମର ମୁଖିଆ ଭଗବାନ ନାୟକ , ଅଧିକାରୀ କପିଳ ନାୟକ , କୋଷାଧ୍ଯକ୍ଷ ଫିଲିଫ ନାୟକ , ପେଦ୍ର ବେହେରା , ଅମିତ କୁମାର ବେହେରା , କୁଳକାନ୍ତ ନାୟକ , ରାଧାକାନ୍ତ ନାୟକ , ଖ୍ରୀଷ୍ଟଚନ୍ଦ୍ର ନାୟକ , ପ୍ରକାଶ ଚନ୍ଦ୍ର ନାୟକ , ଦୟାନିଧି ନାୟକ , ଦେବରାଜ ନାୟକ ପ୍ରମୁଖ ଗ୍ରାମବାସୀ। ଜେସିବି ମେସିନ ସାହାଯ୍ୟରେ ପାହାଡ଼ କାଟି ଲୋକେ ରାସ୍ତା ନିର୍ମାଣ କରିବା ସହ ଉକ୍ତ ରାସ୍ତାକୁ ଗ୍ରାମ ବାହାରେ ସଂଯୋଗ କରିବେ। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ଯାତାୟତ କରିବା ସହ ଗ୍ରାମବାସିଙ୍କ ମଧ୍ୟ ସମସ୍ୟାର ସମାଧାନ ହୋଇପାରିବ।
Sign in
Sign in
Recover your password.
A password will be e-mailed to you.