ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ୍ ର ଅନ୍ତରବା ଏବଂ ଆଲିଗଣ୍ଡା ଗ୍ରାମରେ ପିତାଙ୍କୁ ହରାଇ ଅତି ଦୟନୀୟ ଅବସ୍ଥାରେ ବାସ କରୁଥିବା ୫ ଜଣ ଶିଶୁଙ୍କୁ ଉଦ୍ଦାର କଲା ଗଜପତି ଜିଲ୍ଲା ପ୍ରଶାସନ।
ସୂଚନା ପ୍ରକାରେ ଆଲିଗଣ୍ଡା ଗ୍ରାମର ଜୀବନ ମଲ୍ଲିକଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଶାନ୍ତି ମଲ୍ଲିକ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଯାହା ଦ୍ବାରା କି ପାଞ୍ଚଟି ଛୁଆଙ୍କ ଲାଲନପାଳନ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଲା। ବିଭିନ୍ନ ସୂତ୍ରରୁ ଖବର ପାଇବା ପରେ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ କ୍ରମେ ଚାଇଲଡଲାଇନ୍ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ , ଜରାଉର କର୍ମକର୍ତ୍ତା ୩ଟି ପୁତ୍ର ସନ୍ତାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଡ଼େ ଷ୍ଟାର ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ , ଜରାଉ , ମୋହନାରେ ଥଇଥାନ କରିଛନ୍ତି ଏବଂ ସେମାନଙ୍କର ଅଧାରହିଯାଇଥିବା ଶିକ୍ଷା କିପରି ପୂର୍ଣ୍ଣ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଏବଂ ଏହି ମହିଳାଙ୍କର ଅନ୍ୟ ୨ଟି ଝିଅଙ୍କ ଯତ୍ନ ନେବା ଲାଗି ସିଡିପିଓ , ମୋହନାଙ୍କୁ ଅନୁରୋଧ କରାଯାଇଛି।
ମାନସିକ ଭାରସାମ୍ୟ ହରାଇଥିବା ମାର ମଧ୍ୟ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଧକାରୀ , ଗଜପତିଙ୍କୁ ଅନୁରୋଧ କରାଯାଇଛି।
ସେହିପରି ଅନ୍ତରବା ଗ୍ରାମର ଲୋକା ବିରଙ୍କର ମୃତ୍ୟୁ ପରେ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ତଥା ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ରୂପା ବୀର ଙ୍କର ୨ଟି ସନ୍ତାନଙ୍କୁ ମଧ୍ୟ ଥଇଥାନ ଏବଂ ଉଚିତ୍ ଶିକ୍ଷା ନିମନ୍ତେ ଡ଼େ ଷ୍ଟାର ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ , ଜରାଉ , ମୋହନାରେ ଥଇଥାନ କରାଯାଇଛି।
ଉପରୋକ୍ତ ୫ଟି ଶିଶୁଙ୍କ ଶିକ୍ଷା ଏବଂ ଭବିଷ୍ୟତକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ।
Sign in
Sign in
Recover your password.
A password will be e-mailed to you.