କାମାକ୍ଷାନଗର-କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗ୍ରାମର ଶବରସାହିରେ ଭୟାଭୟ ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ଘର ସହ ସମସ୍ତ ଆସବାହପତ୍ର।ଅଗ୍ନିକାଣ୍ଡରେ ଛେଳି ଓ ଗାଇଗୋରୁ ମଧ୍ୟ ଜିବନ୍ତ ଜଳି ଯାଇଥିବା ଜଣାପଡିଛି।ସୂଚନା ମୂତାବକ ରାତି ୧୦ଟା ସମୟରେ ଗ୍ରାମର ରଞ୍ଜନ ଦେହୁରିଙ୍କ ଘରେ କୈାଣସି କାରଣ ବସତ ନିଆଁ ଲାଗିଯାଇଥିଲା।ନିଆଁ ଏତେ ଯୋରରେ ଜଳୁଥିଲା ଯେ ଘର ଭିତରୁ ଜିବନ ବଞ୍ଚାଇ ସମସ୍ତେ ବାହରକୁ ବାହାରି ଆସିଥିଲେ।ନିଆଁର ପ୍ରକୋପରୁ କୈାଣସି ଜିନିଷ ଉଧାର କରାଯାଇପାରିଲା ନାହିଁ।ଅଗ୍ନିଶମ ବାହିନି ଓ ଗ୍ରାମ ଲୋକ ମିଳିତ ଭାବେ ନିଆଁକୁ ଆୟତ କରିଥିଲେ।ପ୍ରାୟ ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡି ପାଉଁଶ ହୋଇଯାଇଛି।ନିଆଁର ଲାଗିବାର ସଠିକ କାରଣ ଜଣାପଡିନାହିଁ।ବିଦ୍ୟୁତ ସର୍ଟସର୍କିଟରୁ ଲାଗିଥିବାର ଅନୁମାନ କରାଯାଉଛି।
Sign in
Sign in
Recover your password.
A password will be e-mailed to you.