ଶାସକ ପ୍ରଶାସକ (ବଡ଼ବିଲ):ବଡ଼ବିଲ ମାଟକାମବେଡ଼ା ଠାରେ ଥିବା ଆରିୟା ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟପନ୍ନ ଥିବାର ସୂଚନା ମିଳିଛି। ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସାପରେ ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ମାନେ ହେଲେ ଗ୍ୟାସ ଏଜେନ୍ସି ତରଫରୁ ଯାଇଥିବା ଶ୍ରମିକ ବଡ଼ବିଲ ସାଧୁସିଂ ହଟିଂ ଅଞ୍ଚଳର କ୍ରିଷ୍ଣା ଦାସ, କରନ ମହାନ୍ତ, ଓ ପ୍ଲାଣ୍ଟର ଜଣେ କର୍ମଚାରୀ ପ୍ରେମ ଶଙ୍କର ଶର୍ମା। ସୂଚନା ଅନୁଯାୟୀ, ଏକ ଗ୍ୟାସ ଏଜେନସି ପକ୍ଷରୁ କାରଖାନାକୁ ଅକ୍ସିଜେନ ସିଲିଣ୍ଡର ଯୋଗାଣ କରାଯାଉଥିଲା। ସଂପୃକ୍ତ ଏଜେନ୍ସି ତରଫରୁ କିଛି ଶ୍ରମିକ ଗାଡିରେ ଅକ୍ସିଜେନ ସିଲିଣ୍ଡର ନେଇ ପ୍ଲାଣ୍ଟ ପରିସରରେ ସିଲିଣ୍ଡର ଅନଲୋଡ଼ କରୁଥିବା ସମୟରେ ହଠାତ୍ ଏକ ସିଲିଣ୍ଡର ବ୍ଲାଷ୍ଟ୍ ହୋଇଥିଲା। ଯାହା ଫଳରେ ୩ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କ୍ରିଷ୍ଣା ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ଏହି କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଥିଲେହେଁ କମ୍ପାନୀ କର୍ତ୍ତୃପକ୍ଷ ସୁରକ୍ଷା ପ୍ରତି ଗୁରୁତ୍ଵ ଦେଉ ନଥିବା ଅଭିଯୋଗ ହେଉଛି।
Sign in
Sign in
Recover your password.
A password will be e-mailed to you.