କାଶୀପୁର/ଟିକିରି ରୁ ବୈକୁଣ୍ଠ ଦୁରିଆ : ଏହାର ପାରିପାଶ୍ୱର୍ିକ ଅଞ୍ଚଳରେ ବାସକରୁଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କର ସାମର୍ଥ୍ୟ ପରିସ୍ଫୁଟନ କରାଇବା ଏବଂ ଗୋଷ୍ଠୀକୁ ସମୃଦ୍ଧ କରିବା ସକାଶେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଅଗ୍ରସର ହେଉଥିବା ରାୟଗଡା ଜିଲ୍ଲାର ଟିକିରି ଅନ୍ତର୍ଗତ ଓସାପଡାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ (ଏବିପିଏସ୍) କ୍ରମାଗତ ୭ମ ବର୍ଷ ପାଇଁ ସିବିଏସ୍ଇ-୧୦ମ ପରୀକ୍ଷା ୨୦୨୩ରେ ୧୦୦ ପ୍ରତିଶତ ଉତ୍ତୀର୍ଣ୍ଣ ହାର ସହିତ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
ଏବିପିଏସ୍ ସ୍କୁଲର ପ୍ରିନସିପାଲ ଶ୍ରୀମତୀ ରିଙ୍କୁ ବାନାର୍ଜୀ ଘୋଷଣା କରି କହିଛନ୍ତି ଯେ ୧୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ଜଣ ଦଶମ ପରୀକ୍ଷାରେ ୯୦%ରୁ ଅଧିକ ସ୍କୋର୍ କରିଛନ୍ତି । ମାଷ୍ଟର ସାଇ ସ୍ୱରୂପ ପୃଷ୍ଟି ୯୪.୮% ନମ୍ବର ରଖି ସ୍କୁଲ ଟପ୍ପର ହୋଇଥିବାବେଳେ କୁମାରୀ ହିବାହ୍ ବେଗ୍ ଏବଂ କୁମାରୀ ଶ୍ରଦ୍ଧା ସୁମନ ପ୍ରଧାନ ପ୍ରତ୍ୟେକ ୯୪.୪% ସ୍କୋର ସହିତ ଯୁଗ୍ମ ଦ୍ୱିତୀୟ ଏବଂ ମାଷ୍ଟର ହିମାଂଶୁ ଶେଖର ସାହୁ ୯୩.୬% ସ୍କୋର ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଅନୁରୂପ ଭାବରେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ମଧ୍ୟ ଏହି ସ୍କୁଲ ଚମତ୍କାର ପ୍ରଦର୍ଶନ କରିଛି । ଏହାର ପ୍ରଥମ ପର୍ଯ୍ୟାୟ ୧୪ ଜଣ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ଫଳାଫଳ ହାସଲ କରିଛନ୍ତି । ମାଷ୍ଟର ସମ୍ଭବ ମହାପାତ୍ର ୯୪.୨% ସ୍କୋର ସହିତ ଶୀର୍ଷସ୍ଥାନ ଅଧିକାର କରିଥିବାବେଳେ ମାଷ୍ଟର ଆଦର୍ଶ ପାଣ୍ଡେ ୯୨.୬% ସହିତ ଦ୍ୱିତୀୟ ସ୍ଥାନ ଏବଂ ମାଷ୍ଟର ଆରିବ୍ ଅହମଦ ୯୦% ସ୍କୋର ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।
ୟୁଏଆଇଏଲ୍ର ୟୁନିଟ ହେଡ୍ ଶ୍ରୀ ମଜହରୁଲ୍ଲା ବେଗ୍ ଛାତ୍ରଛାତ୍ରୀଙ୍କୁ ଏହି ଉଲ୍ଲେଖନୀୟ ସଫଳତା ହାସଲ ନିମନ୍ତେ ସେମାନଙ୍କର କଠିନ ପରିଶ୍ରମ ଏବଂ ସମର୍ପିତ ଭାବ ନିମନ୍ତେ ଆନ୍ତରିକ ସାଧୁବାଦ ଜଣାଇବା ସହିତ ସେମାନଙ୍କର ଭବିଷ୍ୟତ ପ୍ରଚେଷ୍ଟାଗୁଡିକରେ ନିରନ୍ତର ସଫଳତା କାମନା କରିଛନ୍ତି । ସେ ଏବିପିଏସ୍ ଓସାପଡାର ପ୍ରିନ୍ସିପାଲ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକମାନଙ୍କୁ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ଫଳାଫଳ ପ୍ରଦର୍ଶନ ଦିଗରେ ସେମାନଙ୍କର ପ୍ରଚେଷ୍ଟା ଓ ସମର୍ଥନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ସଫଳତା ପାଇଁ ଏବିପିଏସ୍ ଓସାପଡା ନିଜକୁ ଗୌରବାନ୍ୱିତ ମନେକରୁଛି ଏବଂ ଏହାର ଶିକ୍ଷାଦାନ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ପ୍ରତିନିଧିତ୍ୱ କରୁଛି । ସ୍କୁଲ ଉତ୍କର୍ଷ ହାସଲ ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି ଏବଂ ଏଭଳି ଏକ ଶିକ୍ଷଣ ପରିବେଶ ଯୋଗାଇଦେବା ଲକ୍ଷ୍ୟ ରଖୁଛି ଯାହା ଅଧିକ ସଫଳତା ହାସଲ ଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରୁଛି ।
Sign in
Sign in
Recover your password.
A password will be e-mailed to you.
Prev Post