କଟକ: ପାଠ ପଢିବା ବୟସରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହ ଲଢେଇ କରୁଥିଲେ ଲିଟୁ, ହେଲେ ଭାଗ୍ୟର ବିଡ଼ମ୍ବନା, ଅକାଳରେ ଝରିପଡ଼ିଲେ । ଶେଷ ମୁହୂର୍ତ୍ତରେ, ସହାୟ ହେଲା ଓଡ଼ିଶା-ମୋ ପରିବାର, ମୃତଶରୀର ଘରକୁ ନେବା ପାଇଁ ପରିବାରବର୍ଗଙ୍କୁ ଯୋଗାଇଦେଲା ସହାୟତା ।
ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଭାବିନିପୁର ଅଞ୍ଚଳର ଲିଟୁ ମଲ୍ଲିକ ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ନିମନ୍ତେ ପ୍ରଥମେ ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ଦୁର୍ଭାଗ୍ୟବଶତଃ, ଗତ ମେ’ ୯ତାରିଖରେ ତାଙ୍କର ଦେହାନ୍ତ ହୋଇଗଲା । ପରିବାରବର୍ଗ, ପୁଅର ଏହି ଅଚାନକ ବିୟୋଗରେ ମର୍ମାହତ ହୋଇଥିଲେ ଏବଂ ପୁଅକୁ ଭଲ କରିବା ପାଇଁ ସମସ୍ତ ଅର୍ଥ ଖର୍ଚ୍ଚ କରି ସାରିବା ପରେ, ସେମାନେ ଆର୍ଥିକ ଚାପରେ ଥିବାରୁ ଅସହାୟ ହୋଇ ମୃତଦେହ ସ୍ଥାନାନ୍ତରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସ୍ଵତନ୍ତ୍ର ଦାୟିତ୍ଵରେ ଥିବା ଅଧିକାରୀ ଡ଼ଃ ଗୋପବନ୍ଧୁ ଦାଶଙ୍କୁ ଜଣାଇଥିଲେ । ଡ଼ଃ ଦାଶ ଘଟଣା ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ସୂଚନା ଦେବା ପରେ, ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ପରିବାରବର୍ଗଙ୍କୁ ମୃତଦେହ ସ୍ଥାନାନ୍ତରଣ ପାଇଁ ଯାତାୟାତ ସହାୟତା ଯୋଗାଇ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ଗଜପତି ଗସ୍ତରେ ପାଣ୍ଡିଆନ : ତିନିବର୍ଷରେ ସରିବ ବ୍ରହ୍ମପୁର ରୁ ଜୟପୁର ବିଜୁ ଏକ୍ସପ୍ରେସ ୱେ -୨ର ନିର୍ମାଣ କାମ
Next Post