ଚନ୍ଦନଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ 2023 ବିଶାଳ ଜନସମାଗମ ମଧ୍ୟରେ ଉଦ୍ଘାଟିତ

0

 https://youtu.be/0u1pSdGxmcA

ମହାପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ମାହାଙ୍ଗା ଜନସାଧାରଣ ଙ୍କ ଭଲପାଇବା ପାଇଁ ମାହାଙ୍ଗା ମାଟିର ବିକାଶ ସମ୍ଭବ ହୋଇପାରିଛି – ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l   

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)– ପୂର୍ବବର୍ଷ ଭଳି ଚଳିତ ବର୍ଷ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ 2023 ଧୁମଧାମ ର ସହ ପାଳିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ସଭାପତିତ୍ୱ କ୍ରମେ ଏହି କାର୍ଯ୍ୟକ୍ରମ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଗ୍ନୀପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମ କ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ 2023 ମେ 9 ତାରିଖ ରେ ଉଦଘାଟିତ ହୋଇଯାଇଥିଲା ବେଳେ 13 ତାରିଖ ଦିନ ଏହି କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ କରାଯିବ l

ଏହି ଉଦଘାଟନୀ ଉତ୍ସବ ରେ ବିଧାୟକ ପ୍ରତାପ ଜେନାଙ୍କ ସଭାପତିତ୍ୱ ରେ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, କଟକ ଜିଲ୍ଲାପରିଷଦ ସଭାପତି କିଶୋରଚନ୍ଦ୍ର ମିଶ୍ର, ଉପସଭାପତି ଶୁଭଦ୍ରା ଦାସ, ବିଧାୟକ ଙ୍କ ଧର୍ମପତ୍ନୀ ଡେଜି ଜେନା, ଓଏଏସ ଅମ୍ବର କୁମାର କର, ଉପଜିଲ୍ଲାପାଳ କମଲଜିତ ଦାସ, ଚଳଚିତ୍ର ଅଧକ୍ଷ ସତ୍ୟବ୍ରତ ତ୍ରିପାଠୀ,ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, କୀଟ ଏବଂ କିସ ର ନିର୍ଦେଶକ ପ୍ରମୋଦ କୁମାର ସାହୁ, ସାଲେପୁର ବ୍ଲକ ଅଧକ୍ଷ ରାମଚନ୍ଦ୍ର ଭୋଇ, ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ବିଶ୍ୱାଳ, ମାହାଙ୍ଗା ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ବିପ୍ଳବ କାପ, ଜସ୍ମିତା ସେଠି, ଭୂପତିଭୁଷଣ ଷଣ୍ଡ, ମୁରସିଦ ରିୟାଜୁଲ ହୋଦା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ସେଠି, ସୁସ୍ମିତା ଦାସ, ବିଜେଡି ବ୍ଲକ ସଭାପତି ରମାକାନ୍ତ ମହାନ୍ତି, ରାଜକିଶୋର ଜେନା, ପ୍ରାକ୍ତନ ବ୍ଲକ ଅଧକ୍ଷ ସରତ ନାୟକ, ଗିରିଶରଞ୍ଜନ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ହିମାଂଶୁ ଶେଖର ମହାନ୍ତି, ପ୍ରକାଶ ଚନ୍ଦ୍ର ସାହୁ, ଜିଗ୍ନୀପୁର ସରପଞ୍ଚ ତିଳୋତ୍ତମା ରାଉତ, ଯୁବନେତା ଜ୍ଞାନରଞ୍ଜନ ରାଉତ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି ଏଭଳି ମହୋତ୍ସବ କୁ ମାହାଙ୍ଗା ଅଞ୍ଚଳରେ କରାଯିବା ବିଧାୟକ ପ୍ରତାପ ଜେନା ପ୍ରଶଂସନୀୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ l

କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଓଝା ସ୍ୱାଗତ ଭାଷଣ ଦେଇଥିଲା ବେଳେ , ଉପସଭାପତି ଗିରିଶ ରଞ୍ଜନ ମହାପାତ୍ର, ସମ୍ପାଦକ ଜ୍ଞାନରଞ୍ଜନ ରାଉତ, କାର୍ଯ୍ୟକ୍ରମ ସଂଯୋଜକ ଭାବେ ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ଶିଖାବିତ୍ତ ଅକ୍ଷୟ କୁମାର ଷଡ଼ଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଆଇନଜୀଵୀ ଅଶୋକ କୁମାର ମହାପାତ୍ର, ରାମଚନ୍ଦ୍ର ଲେଙ୍କା, ଉପଦେଷ୍ଟା କମିଟି ର ସଭ୍ୟ ବ୍ଲକ ଅଧକ୍ଷା ରୋଜି ସେଠି, ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ରାଜକିଶୋର ଜେନା ଙ୍କ ସମେତ ବହୁ ବିଜେଡି କର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l ଏହି ମହୋତ୍ସବ ର ଉଦ୍ଘାଟନୀ ଦିନରେ  ଓରମାସ ଷ୍ଟଲ ସମେତ ବହୁ ଅତ୍ୟାଧୁନିକ ଝୁଲଣ, ରାମଦୋଳି, ସମ୍ବଲପୁରୀ ନୃତ୍ୟ, ସଂଗୀତ ଦେଖିବା ପାଇଁ ଜନଗହଳି ଦେଖିବାକୁ ମିଳିଥିଲା l ତେବେ ପ୍ରତ୍ୟେକ ଦିନ ନାମୀ ଦାମୀ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ, ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି l ତେବେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ମାହାଙ୍ଗା ଅଞ୍ଚଳ ବାସୀ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ବିଧାୟକ ଶ୍ରୀ ଜେନା ଅନୁଷ୍ଠାନ ପକ୍ଷରୁ ନିମନ୍ତ୍ରଣ କରିଛନ୍ତି l

Leave A Reply

Your email address will not be published.