ଓଡ଼ିଶା ସରକାରଙ୍କ କ୍ଷେତରୁ ଖାଦ୍ୟ ଥାଳି ବିପ୍ଳବ ପାଇଁ ପଦକ୍ଷେପ: ଲିଙ୍ଗ ସମାନତା ଓ କୁଶଳୀ କରି ଗଢ଼ିବା ପାଇଁ ଅନନ୍ୟ ଉପାୟ ଅବଲମ୍ବନ

0

ଭୁବନେଶ୍ୱର: ୨୦୨୩ ମସିହାକୁ ମିଳିତ ଜାତିସଂଘ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବରେ ସ୍ୱୀକୃତି ଦେବାର ୫ ବର୍ଷ ପୂର୍ବରୁ ଓଡିଶା ସରକାର ‘ଓଡିଶା ମିଲେଟ ମିଶନ’ ଜରିଆରେ କ୍ଷୁଦ୍ର ଶସ୍ୟ ବା ମିଲେଟକୁ ପ୍ରୋତ୍ସାହନ ଦେବା ଏବଂ ଏହାର ବ୍ୟବହାର ବୃଦ୍ଧି ପାଇଁ ଅବିରତ କାର୍ଯ୍ୟ କରି ଆସୁଛନ୍ତି । ସ୍ୱତନ୍ତ୍ର ରଣନୀତି ମାଧ୍ୟମରେ ଏହାର ପ୍ରଚାର ଓ ପ୍ରସାର ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ମିଲେଟ ବିଭିନ୍ନ ପ୍ରକାର କ୍ଷୁଦ୍ର ଶସ୍ୟ ସମୁହ ଯାହାକି ଅତ୍ୟନ୍ତ ପୁଷ୍ଟିକର ।
କୋଦ, ବାଜରା, ରାଗି, କାଙ୍ଗୁ, ମାଣ୍ଡିଆ ଇତ୍ୟାଦି ମିଲେଟ ଭାବରେ ବେଶ ଜଣାଶୁଣା । ମିଲେଟ ପରିବେଶ ଅନୁକୂଳ, ଅଳ୍ପ ଜଳ ଓ ଯନôରେ ଚାଷ ହୋଇପାରୁଥିବା କାରଣରୁ ଚାଷୀ ମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ।
ଏହା ଜିଙ୍କ, କ୍ୟାଲସିୟମ, ଫୋଲିକ ଏସିଡ ଏବଂ ଗସମrକ୍ଟଦ୍ଭଙ୍କଗ୍ଧrସରଦ୍ଭଗ୍ଧ ରେ ସମୃଦ୍ଧ ଏବଂ ଚାଉଳ ଓ ଗହମ ଠାରୁ ଅଧିକ ପୁଷ୍ଟିକର । ଡାଏବେଡିସ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଭଳି ଶାରୀରିକ ଅସୁନ୍ତଳନକୁ ନିୟନ୍ତ୍ରଣ କରିବା ସହ କିଡନୀ, ଲିଭର ସୁସ୍ଥ ରଖିବା ଓ ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ସାଜିଥାଏ ।
ଜନସାଧାରଣଙ୍କୁ ଏହି କ୍ଷୁଦ୍ର ଶସ୍ୟ ସମୁହ ବାବଦରେ ସଚେତନ କରିବାପାଇଁ ଓଡିଶା ସରକାର ୨୦୧୭ ମସିହାରେ ‘ଓଡିଶା ମିଲେଟ ମିଶନ’ ଆରମ୍ଭ କରିଥିଲେ । ୨୦ ଲକ୍ଷରୁ ଅଧିକ ଚାଷୀ, ୮୪ କୃଷକ ସଙ୍ଗଠନ ଓ ୧୫୭୦ ମହିଳା ସ୍ୱୟଂ ସହାୟକ ଗୋÂୀ ଏହି ମିଶନର ଅଂଶ ବିଶେଷ ହୋଇ ସକ୍ରିୟ ଯୋଗଦାନ ଦେଇ ଆସୁଛନ୍ତି । ଏହି ମିଶନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ୫ ବର୍ଷ ମଧ୍ୟରେ ୨,୮୦୦ କୋଟି ଟଙ୍କା ବ୍ୟୟ କରିବାର ଲକ୍ଷ୍ୟ ରଖିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ମିଲେଟ ଶକ୍ତି ଆଉଟଲେଟ ଓ ମିଲେଟ ଶକ୍ତି କାଫେର ଉଦ୍ଘାଟନ ଏହାର ସଦ୍ୟତମ ସଫଳତା ଏବଂ ଏହିଭଳି ଆହୁରି ଅଧିକ କାଫେ ଖୋଲିବାକୁ ଯାଉଛି ।
ଗତ ବର୍ଷ ଓଡିଶା ମିଲେଟ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ମିଶନ ବାବଦରେ ସୂଚନା ଦେଇ ଘୋଷଣା କରିଥିଲେଯେ ଏହି ମିଲେଟ ମିଶନ ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ଏବଂ ଏଥିରେ ଅଧିକରୁ ଅଧିକ ଚାଷୀ ଏବଂ ସଙ୍ଗଠନ ଏହାର ଅଂଶ ବିଶେଷ ହେବେ । ସେ ଆହୁରି ମଧ୍ୟ କହିଥିଲେଯେ “ମାଣ୍ଡିଆ ଅତ୍ୟନ୍ତ ପୁଷ୍ଟିକର ଶକ୍ତି । ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଷ୍ଟି ଯୋଗାଇଥାଏ । କ୍ଷୁଦ୍ର ଏବଂ ଗରିବ ଆଦିବାସୀ ଚାଷୀମାନେ ମିଲେଟ ଚାଷ ସହ ଜଡିତ । ସେମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ଏବଂ ଲୋକଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଆମେ ମିଲେଟ ମିଶନ ଆରମ୍ଭ କରିଛୁ । ୫ ବର୍ଷ ମଧ୍ୟରେ ୨,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛୁ” ।

Leave A Reply

Your email address will not be published.