ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0 2

ଶିବିରରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ୩୮ ଜଣ ଭିନ୍ନକ୍ଷମ ଙ୍କୁ ଭିନ୍ନକ୍ଷମ ସହାୟକ ଉପକରଣ ପ୍ରଦାନ 

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ଓ ଏସଭି ନିରତାର ଓଲଟପୁର ଆନୁକୂଲ୍ୟରେ ବିନିକା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ବିନିକା ବ୍ଲକ ଅନ୍ତର୍ଗତ ଚୟନ ହୋଇଥିବା ବିଭିନ୍ନ ୩୮ ଜଣ ଭିନ୍ନକ୍ଷମ ମାନଙ୍କୁ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସିଡିଓ ତଥା ଇ ଓ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ବିଡ଼ିଓ ବିନିକା ବ୍ୟାସଦେବ ବେହେରା, ପ୍ରମୁଖ ଯୋଗଦାନକରି ଭିନ୍ନକ୍ଷମ ସହାୟକ ଉପକରଣ ବଣ୍ଟନ କରିଥିଲେ l ଏହି ଶିବିରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ୍ ରାଏ ତଥା ଅନ୍ୟାନ୍ୟ ବ୍ଲକ ସ୍ତରୀୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave A Reply

Your email address will not be published.