ମହାବନ୍ଧୁ ମିଳନ ଉତ୍ସବରେ ବାଣୀ କଲ୍ୟାଣଙ୍କ ଶକ୍ତି ପ୍ରଦର୍ଶନ

0

ବାସୁଦେବପୁରରେ ଏକଜୁଟ ହେଲେଣି ଅସନ୍ତୁଷ୍ଟ ଗୋଷ୍ଠୀ

ବାସୁଦେବପୁର/ ପ୍ରତାପ ପାଢ଼ୀ – ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଯୁବ ନେତା ବାଣୀ କଲ୍ୟାଣ ନିଜ ସମର୍ଥକମାନଙ୍କ ସହ ବ୍ରାହ୍ମଣ ଗାଁ ଠାରେ ଏକ ମହା ବନ୍ଧୁମିଳନ ଉତ୍ସବ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ଉତ୍ସବରେ ବିଭିନ୍ନ ଦଳର ବହୁ ଛାମୁଆ ନେତାଙ୍କ ସହ ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଂଚ ଓ ପୂର୍ବତନ ସରପଂଚ,ସମିତି ସଭ୍ୟ ମାନେ ଯୋଗ ଦେବା ବାସୁଦେବପୁର ରାଜନୀତି କ ପାଣିପାଗ କୁ ଚଳ ଚଞ୍ଚଳ କରିଛି। ନିର୍ଦ୍ଦିଷ୍ଟ କୌଣସି ରାଜନୈତିକ ଦଳ ର ଛତ୍ରଛାୟା ତଳେ ନ ରହି ଏତେବଡ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କ ଭିତରେ ନିଜର ଗ୍ରହଣୀୟତା ବୃଦ୍ଧିକୁ ପ୍ରମାଣିତ କରିଛନ୍ତି | ଏହାସହିତ ଖୁବ ସାବଧାନତାର ସହ ବିଭିନ୍ନ ଦଳର ନେତା ଓ କର୍ମୀମାନଙ୍କୁ ଗୋଟିଏ ଜାଗାରେ ଏକତ୍ରିତ କରି ବାଣୀ କଲ୍ୟାଣ ଜଣେ ଅଭିଜ୍ଞ ରାଜନେତା ପରିଚୟ ଦେଇଛନ୍ତି ।

୨୦୨୪ ରେ ଆପଣ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବେକି ନାହିଁ ନେଇ ଗଣ ମାଧ୍ୟମ ପ୍ରଶ୍ନ କୁ ସେ ଚତୁରତା ର ସହ ଏଡେଇ ଦେବା ସାଙ୍ଗ କୁ ସଠିକ୍ ସମୟ ରେ ଏ ନେଇ ନିଷ୍ପତି ନେବେ ବୋଲି କହିଛନ୍ତି। ରବିବାର ଆୟୋଜିତ ଏକ ବନ୍ଧୁ ମିଳନ ଉତ୍ସବରେ ବିଭିନ୍ନ ଦଳ ର ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ଦେଖିବାକୁ ମିଳିଛି। ପାଖାପାଖି ୪୦୦ ରୁ ଉର୍ଧ୍ଵ ସମର୍ଥକ ମାନଙ୍କୁ ନେଇ ବାଣୀ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି ଯାହା ସାଧାରଣ ରେ ଅନେକ ଚର୍ଚ୍ଚା ହେଉଛି ବାସୁଦେବପୁର ରାଜନୀତିକୁ ନେଇ। ଦେଖିବାକୁ ବାକି ରହିଲା ବାସୁଦେବପୁର ରାଜନୀତି ର ପାଣିପାଗ ଆଗାମୀ ଦିନରେ କି ରୂପ ନେଉଛି।

Leave A Reply

Your email address will not be published.