କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାରରେ ବିଜେଡି ଭୟଭୀତ ହୋଇ ହୀନ କାର୍ଯ୍ୟ କରିଛି: ମନୋଜ ମହାପାତ୍ର

0

ନିର୍ବାଚନୀ ପୋଷ୍ଟର ବ୍ୟାନର କାଢ଼ିବାକୁ ନେଇ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି ପ୍ରତିନିଧିମଣ୍ଡଳୀ

ଝାରସୁଗୁଡା/ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତାରକା ପ୍ରଚାରକ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୁଟ୍ ଚାର୍ଟ ବା ପଥନକ୍ସା ପ୍ରଶାସନକୁ ଜଣାଇ ଦିଆଯାଇଥିଲା । ତଦନୁଯାୟୀ ନିର୍ବାଚନ ପ୍ରଚାର ପାଇଁ ପ୍ରଶାସନ ବୈଧାନିକ ଅନୁମତି ଦେଇଥିଲେ । କିନ୍ତୁ ଭାରତୀୟ ଜନତା ପାର୍ଟିର ତାରକା ପ୍ରଚାରକ ପ୍ରଚାର କାର୍ଯ୍ୟରେ ଯାଉଥିବା ରାସ୍ତାକୁ ଦଳୀୟ ପତାକା, ପୋଷ୍ଟର, ବ୍ୟାନର ଓ ଅନ୍ୟାନ୍ୟ ପ୍ରଚାର ସାମଗ୍ରୀରେ ସଜାଇବା ଏକ ସ୍ୱଭାବିକ ରାଜନୈତିକ ଶୈଳୀ । କିନ୍ତୁ ଦୁର୍ଭାଗ୍ୟର କଥା କିଛି ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସହାୟତାରେ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଏହି ଅନୁମତି ପ୍ରାପ୍ତ ରାସ୍ତାରୁ ତାରକା ପ୍ରଚାରକ ଶ୍ରୀ ପ୍ରଧାନଙ୍କ ପ୍ରଚାର ସାମଗ୍ରୀଗୁଡିକୁ ହଟାଇ ଦେଇଛନ୍ତି ଏବଂ ସେହି ସ୍ଥାନମାନଙ୍କରେ ବିଜୁ ଜନତା ଦଳର ହୋଡିଂ ପୋଷ୍ଟର ଲଗାଇଛନ୍ତି । ଏହା ସ୍ଥାନୀୟ ପ୍ରଶାସନ ଓ ପୋଲିସ କଳର ନିରପେକ୍ଷ ଆଚରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଂପୃକ୍ତ ଅଧିକାରୀମାନଙ୍କର ଇତାଦୃଶ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନକୁ କଡା ଭାଷାରେ ନିନ୍ଦା କରି ସେମାନଙ୍କ ଉପରେ ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ଝାରସୁଗୁଡା ଜିଲ୍ଲା ବିଜେପିର ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ, ପ୍ରମାଣ ସହ ଦାବି ଉପସ୍ଥାପନ କରିଛି ।
ଏହି ଅଧିକାରୀମାନଙ୍କୁ ବର୍ତମାନ ଓ ଭବିଷ୍ୟତର ସମସ୍ତ ନିର୍ବାଚନ ପରିଚାଳନା ଦାୟିତ୍ୱରୁ ଅବ୍ୟାହତି ଦେବା ସହ ଯେଉଁମାନେ ପୋଷ୍ଟର ଖୋଲିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଭାରତୀୟ ଜନତା ପାର୍ଟି ଦାବି କରିଛି । କେନ୍ଦ୍ରମନ୍ତ୍ରୀଙ୍କ ଝାରସୁଗୁଡା ଉପନିର୍ବାଚନ ଶେଷପର୍ଯ୍ୟାୟ ନିର୍ବାଚନ ପ୍ରଚାରର ସମ୍ଭାବ୍ୟ ପ୍ରଭାବରେ ଆତଙ୍କିତ ହୋଇ ବିଜୁ ଜନତା ଦଳ ଏପରି ହୀନ ଉଦ୍ୟମ କରିଥିବା ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.