ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦୁଇଟି ପ୍ରସ୍ତାବ ଗୃହୀତ

0
  • ମାସେ ଭିତରେ ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ୨୦୦ୟୁନିଟ ଦେୟ ମୁକ୍ତ ବିଜୁଳି ଘୋଷଣା କରନ୍ତୁ

  • ପ୍ରତ୍ୟେକ ପରିବାରକୁ ଦେୟମୁକ୍ତ ପାନୀୟ ଜଳ ଯୋଗାଇ ଦିଆଯାଉ

ଭୁବନେଶ୍ୱର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟମାନଙ୍କର ଏକ ବୈଠକ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାରଛି । ଏହି ବୈଠକରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସଭା କାର୍ଯ୍ୟ ଆରମ୍ଭରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ସ୍ୱାଗତ କରିବା ସହ ରାଜ୍ୟରେ ସଙ୍ଗଠନର ସ୍ଥିତି ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ଦେଶରେ ବର୍ତ୍ତମାନର ରାଜନୈତିକ ବାତାବରଣ, ରାଜ୍ୟର ବିଭିନ୍ନ ସମସ୍ୟା ତଥା ଆଗାମୀ ୨୦୨୪ସାଧାରଣ ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ଉପସ୍ଥିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ନିଜ ନିଜ ମତ ବ୍ୟକ୍ତ କରିଥିଲେ ।
ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ରାଜ୍ୟରେ ସଂଗଠନ ନିର୍ମାଣ ଏବଂ ଆଗାମୀ ୨୦୨୪ନିର୍ବାଚନ ପାଇଁ ରାଜ୍ୟ ସଂଗଠନର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହି ବୈଠକରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଭ୍ରଷ୍ଟାଚାର ତଥା ବିଫଳତା ବିରୋଧରେ ଲୋକଙ୍କୁ ସଚେତନ କରି ସଡ଼କରୁ ବିଧାନସଭା ଯାଏଁ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆହ୍ବାନ ଦେଇଥିଲେ। ଆମ୍ ଆଦ୍‌ମୀ ପାର୍ଟିର ବିଜୁଳି, ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ରୋଜଗାର ରାଜନୀତି କୁ ଘରେ ଘରେ ପହଞ୍ଚାଇବା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଏହି ନିମ୍ନ ଲିଖିତ ପ୍ରସ୍ତାବ ଦୁଇଟି ଗୃହୀତ ହୋଇଥିଲା।
୧- ଆଗାମୀ ଏକ ମାସ ମଧ୍ୟରେ ରାଜ୍ୟ ସରକାର ୨୦୦ୟୁନିଟ ଦେୟ ମୁକ୍ତ ବିଜୁଳି ପ୍ରତ୍ୟେକ ପରିବାରକୁ ଦେବା ପାଇଁ ଘୋଷଣା କରନ୍ତୁ। ଆମ୍ ଆଦ୍‌ମୀ ପାର୍ଟି ଏହି ଦାବୀକୁ ନେଇ ପ୍ରତ୍ୟେକ ଜିଲ୍ଲାରେ ଦସ୍ତଖତ ସଂଗ୍ରହ ଅଭିଯାନ ଆଗକୁ ତୀବ୍ର କରିବ।
୨ – ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାରେ ପିଛିଲା ତାରିଖରୁ ମିଟର ରେ ଦିଆଯାଉଥିବା ପାଣି ପାଇଁ ଦେୟ ଆଦାୟକୁ ବିରୋଧ କରିବା ସହିତ ପ୍ରତ୍ୟେକ ପରିବାରକୁ ଦେୟମୁକ୍ତ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବୀ କରୁଛି।
ଉକ୍ତ ପ୍ରେସ ମିଟରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ଆବାହକ ଶ୍ରୀ ବିନୟ କୁମାର ତିୱାରୀ ଏବଂ ପୁରୀ ଜିଲ୍ଲା ଆବାହକ ଶ୍ରୀ ସଞ୍ଜୀବ କୁମାର ମହାନ୍ତି ଉପସ୍ଥିତ ଥିଲେ l

 

Leave A Reply

Your email address will not be published.