ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଭୀମ ଆର୍ମି ଭାରତ ଏକତା ମିଶନ ପକ୍ଷରୁ କନ୍ଧମାଳ ଜିଲ୍ଲା ସଭାପତି ଫିରୋଜ କୁମାର୍ ଦିଗାଲଙ୍କ ନେତୃତ୍ୱରେ ଆଜି ଘୁ ଉଦୟଗିରି ନୂତନ ହାଟ ଠାରୁ ବାହାରି ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି ଦେଇ ପଦଯାତ୍ରାରେ ବାହାରି ୫ ଦଫା ଦାବି ସମ୍ବଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ଓ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ସୁପରି ଟେଣ୍ଡେଣ୍ଟଙ୍କୁ ପ୍ରଦାନ କରାଯାଇଛି । ସ୍ଵାସ୍ଥ୍ୟ ସେବା ବିପର୍ଯୟ ପରିସ୍ଥିତିରେ ରହିଥିବା କାରଣକୁ ଗୁରୁତ୍ୱ ଦେଇ2 ସ୍ଥାନୀୟ ଭୀମ ଆର୍ମି ଏକତା ମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ୫ ଦଫା ଦାବି ଗୁଡିକ ହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଭେଷଜ ଅସ୍ଥିଶଲ୍ୟ ବିଭାଗରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଏକ ସ୍ବତନ୍ତ୍ର ସିକିଲ ସେଲ ୟୁନିଟ ଏବଂ ରକ୍ତ ଭଣ୍ଡାର ଖୋଲା ଯିବା, ଡାକ୍ତର ଖାନା ପରିସରରେ ଥିବା ଅର୍ଧ ନିର୍ମିତ ବାସଗୃହ ଗୁଡ଼ିକ ସମ୍ପୂର୍ଣ୍ଣ କରିବା ନିମନ୍ତେ ସ୍ଥାନୀୟ ତହସିଲଦାର ଶୁଭ୍ରାଂଜଳି ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ରତିକାନ୍ତ ସାହୁଙ୍କ ଜରିଆରେ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସମାଜସେବୀ ଆମନ ଚନ୍ଦ୍ର ନାୟକ ତହସିଲଦାରଙ୍କୁ ଅଞ୍ଚଳର ସ୍ବାସ୍ଥ୍ୟ ସେବା ନ ପାଇ କିପରି ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ବିଷୟ ପ୍ରକାଶ କରିବା ସହିତ ଅନ୍ୟ ଜଣେ କର୍ମୀ ମଧ୍ୟ ସ୍ବାସ୍ଥ୍ୟ ସେବାକୁ ଅଗ୍ରାଧିକାର ଦେଇ ସେବା କରିବା ପାଇଁ ଡାକ୍ତରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ମତ ପ୍ରକାଶ କରିଥିଲେ । ସଭାପତି ଫିରୋଜ କୁମାର୍ ଦିଗାଲ ନିଜ ପ୍ରତିକ୍ରିୟାରେ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ କାର୍ଯ ଶୈଳୀ ବିଷୟରେ ପ୍ରତିକ୍ରିୟା ରଖି କହିଛନ୍ତି ଜାତିଗତ ଆକ୍ଷେପ କରି ଜଣେ ଡାକ୍ତର ଥାନାରେ ଏକ ମିଥ୍ୟା ଅଭିଯୋଗ କରି ମାନସିକ ନିର୍ଯ୍ୟାତନା ଦେଇଛନ୍ତି I ଯାହାକୁ ଭୀମ ଆର୍ମି ସଂଗଠନ ଦୃଢ଼ ନିନ୍ଦା ଓ ପ୍ରତିବାଦ କରୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି । ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ଫିରୋଜ କୁମାର ଦିଗାଲ (ସଭାପତି) ଅରୁଣ କୁମାର ପ୍ରଧାନ (ସାଙ୍ଗଠନିକ ସମ୍ପାଦକ), ପ୍ରମୋଦ କୁମାର ପ୍ରଧାନ (କୋଷାଧ୍ୟକ୍ଷ), ଉତ୍ସବ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପ୍ରକାଶ ପ୍ରଧାନ, ଆଲୋନ କୁମାର ନାଏକ, ସମାଜସେବୀ ସସ୍ମିତା ମଲିକ, ସମାଜସେବୀ ଆମନ ଚନ୍ଦ୍ର ନାୟକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରି ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.