ବନ୍ଦାଣୀଆ ନିକଟରେ ବାଇକ ଦୂର୍ଘଟଣା,୨ମୃତ

0

କାମାକ୍ଷାନଗର/ ରିତେଶ ବ୍ରହ୍ମା :ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ ।ଦାଦା ଓ ପୁତୁରା ମୃତ।କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ଦୂର୍ଘଟଣା।ମୃତକ ଦ୍ବୟ ହେଲେ ଟାଟା ମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ (୨୨ବର୍ଷ) ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ (୧୮ବର୍ଷ)।ସୂଚନା ମୂତାବକ ଉଭୟ ସକାଳେ ବଜାଜ ପଲସର ଗାଡିର କିସ୍ତି ଦେବାକୁ କାମାକ୍ଷାନଗର ଆସୁଥିଲେ।ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ।ସ୍ଥାନିୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇିଁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣା ସ୍ଥଳକୁ ଯାଇ ବାଇକକୁ ଯବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.