ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ନିର୍ଦ୍ଦେଶକ ରଂଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପୂର୍ବାହ୍ନରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ତାଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି । ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବରିଷ୍ଠ ଗ୍ରନ୍ଥାଗାରିକ ସଂଘମିତ୍ରା ସାହୁ, ରୁଦ୍ର ପ୍ରସାଦ ବେହେରା, ପଦ୍ମନାଭ ଜେନା, କୁକୁମିନା ଦାସ, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, ମଂଜୁରାଣୀ ମୁଦୁଲି, ସୁବର୍ଣ୍ଣ ପଣ୍ଡା, ଉପବିଭାଗ ଅଧିକାରୀ ଲକ୍ଷ୍ମଣ ମାଝୀ, ଗ୍ରନ୍ଥାଗାର କର୍ମଚାରୀ, ଶିକ୍ଷାନବୀଶ ଗ୍ରନ୍ଥାଗାର ସୂଚନାବିଜ୍ଞାନ ଛାତ୍ରଛାତ୍ରୀ ଓ ପାଠକ ପାଠିକାମାନେ ଯୋଗଦେଇ ଶ୍ରୀ ଦାସ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସୁଚାରୁରୂପେ ନିଜ ଦାୟିତ୍ୱ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଜଣେ କବି, ଲେଖକ, ପ୍ରାବନ୍ଧିକ, ସ୍ତମ୍ଭକାର ଭାବେ ଉଚ୍ଚକୋଟୀର ସାହିତ୍ୟ ସ୍ରଷ୍ଟା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଚଳଚ୍ଚିତ୍ର ସଂଳାପ ଲେଖକ ଓ ଗୀତିକାର ଭାବେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଦାସ ପ୍ରତ୍ୟେକ ବିଦ୍ୟାର୍ଥୀ ନିଷ୍ଠାର ସହ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଦୃଢ ସ୍ୱପ୍ନ ଓ ସଂକଳ୍ପ ନେଇ ନିଜକୁ ସମାଜର ସୁପ୍ରତିଷ୍ଠିତ କରିବାକୁ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ । ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ୱର ଦେବତା ଓ ମାନବ ସମାଜର ଭାବ ଭକ୍ତିର ପ୍ରତୀକ ତେଣୁ ସମସ୍ତେ ଶ୍ରୀଜଗନ୍ନାଥଙ୍କ ଚେତନାରେ ନିଜକୁ ଉଦବୁଦ୍ଧ କରିବା ଆବଶ୍ୟକ । ଶ୍ରୀ ଜଗନ୍ନାଥଙ୍କ ସେବକ ହେବାର ସୁଯୋଗ ପାଇଥିବାରୁ ସେ ସରକାରଙ୍କୁ କୃତଜ୍ଞତା ଜଣାଇବା ସହିତ ନିଷ୍ଠାର ସହ ସମର୍ପିତ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିବେ ବୋଲି ପ୍ରକାଶ କରିଥିଲେ । ପରିଶେଷରେ ତାଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post