୩ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟା

0 2

ଭୁୁବନେଶ୍ୱର: ୧୯୯୦ ବ୍ୟାଚ୍ ର ତିନି ଜାନା ଆଇପିଏସ୍ ଅଫିସର ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି | ସେମାନେ ହେଲେ ଅରୁଣ ଷଡ଼ଙ୍ଗୀ, ଡ. ସୁଧାଂଶୁ ଷଡ଼ଙ୍ଗୀ ଏବଂ ୱାଇବି ଖୁରାନିଆ । ଏଥିନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅରୁଣ ଷଡ଼ଙ୍ଗୀ ବର୍ତ୍ତମାନ ଅତିରିକ୍ତ ଡିଜି ପାହ୍ୟାରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ଡ. ସୁଧାଂଶୁ ଷଡ଼ଙ୍ଗୀ ବର୍ତ୍ତମାନ ରାଜ୍ୟ ପୁଲିସ ଗୃହନିର୍ମାଣ ନିଗମର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଅପରପକ୍ଷରେ ଶ୍ରୀ ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି ।

Leave A Reply

Your email address will not be published.