ଭୁବନେଶ୍ୱର,(ଶାସକ ପ୍ରଶାସକ): ଶ୍ରୀ ଦିଲ୍ଲୀପ ରାଉତରାଏ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତିା ବିଭାଗର ବରିଷ୍ଠ ଅଧିକାରୀମାନେ ନୂତନ ନିର୍ଦ୍ଦେଶକଙ୍କୁ ସ୍ୱାଗତ କରିବା ସହ ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ସଂପର୍କରେ ଅବଗତ କରାଇଥିଲୋ ପୂର୍ବରୁ ନିର୍ଦ୍ଦେଶକ ଥିବା ଶ୍ରୀ ରଞ୍ଜନ କୁମାର ଦାସ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ବଦଳି ହେବା ପରେ ଶ୍ରୀ ରାଉତରାଏ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତିା ଏହି ଅବସରରେ ବିଭାଗ ପକ୍ଷରୁ ଅନୁଷ୍ଠିତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କିତ ଦୁଇଦିନିଆ କର୍ମଶାଳାରେ ଯୋଗଦେଇ ଶ୍ରୀ ରାଉତରାଏ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ଜିଲ୍ଲାସ୍ତରରେ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲୋ ୫-“ଟି’ ଆଧାରରେ ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲୋ ଏଥି ସହ ଲୋକମାନଙ୍କ ଆଶା-ଆକାଂକ୍ଷା ଏବଂ ସରକାରଙ୍କ ସଫଳତା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବାକୁ ସେ କର୍ମଚାରୀ ଓ ଅଧିକାରୀମାନଙ୍କୁ କହିଥିଲୋ
ଏହି ଅବସରରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ଯୁଗ୍ମ ସଚିବ ଶ୍ରୀମତୀ ଅତଶୀ ଦାଶ, ଅର୍ଥ ପରାମର୍ଶଦାତା ଶ୍ରୀମତୀ ପଦ୍ମଜ୍ୟୋତି ସାହୁ, ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.