ନୟାଗଡ଼ ବ୍ଲକ କାର୍ଯ୍ୟାଳୟରେ ଅତ୍ୟାଧୁନିକ ସମ୍ମିଳନୀ କକ୍ଷର ଭିତିପ୍ରସ୍ତର ସ୍ଥାପନ

0 2

ନୟାଗଡ଼, (ଲକ୍ଷ୍ମୀଧର ସାହୁ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ୯୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ ଅତିରିକ୍ତ ଅତ୍ୟାନୁଧିକ ସମ୍ମିଳନୀ କକ୍ଷ। ଆଜି ଏହି କାର୍ଯ୍ୟର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ କଅଁର, ଆଶିଷ ଅଗ୍ରୱାଲ ଓ ନୟାଗଡ଼ ବିଡିଓ ପଦ୍ମଚରଣ ସାହୁ ଉପସ୍ଥିତ ରହିଥିଲେ । ୫ ମାସ ମଧ୍ୟରେ ଉକ୍ତ କାମ ସାରିବା ପାଇଁ ପରାମର୍ଶ ଦେଇଛନ୍ତି ବିଧାୟକ । ଏହି ଅବସରରେ ବିଧାୟକ ବିକାଶମୁଳକ କାର୍ଯ୍ୟରେ ସମସ୍ତଙ୍କର ଉଦ୍ୟମ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ନୟାଗଡ଼ ବ୍ଲକରେ ଥିବା ସମିଳନୀ କକ୍ଷଟି ଛୋଟ ଥିବାରୁ ନୂତନ ସମିଳନୀ କକ୍ଷକୁ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ
କରାଯିବ ବୋଲି ବିଧାୟକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷକ ଏବଂ ଜନପ୍ରତିନିଧୂ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.