ନୟାଗଡ଼,୨/୫:ନୟାଗଡ଼ସ୍ଥିତ ପଠାଣି ସାମନ୍ତ ଅଡିଟୋରିଅମର ନବକଳେବ ହେଉଥିବା ପରିପ୍ରେକ୍ଷୀରେ ଏହାର ମୁଖ୍ୟ ପ୍ରବେଶ ପଥରେ ପଠାଣି ସାମନ୍ତଙ୍କ ସୁଦୃଶ୍ୟ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ପାଇଁ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ ନୟାଗଡ଼ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମ ନୂତନ ରୂପରେ ଲୋକାର୍ପଣ ହେବାକୁ ଯାଉଅଛି । ଏହା ନୟାଗଡ଼ବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା । ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷେପ ବାସ୍ତବରେ ପ୍ରଶଂସନୀୟ। ଉକ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ଚେଷ୍ଟିତ । ଯେଉଁ ମନିଷୀଙ୍କ ନାମରେ ଉକ୍ତ ଅଡିଟୋରିୟମ ନାମିତ ସେ ହେଉଛନ୍ତି ବିଶ୍ୱବିଶ୍ରୁତ ଜ୍ୟୋତିବିଜ୍ଞାନୀ ପଠାଣି ସାମନ୍ତ ( ସାମନ୍ତ ଚନ୍ଦ୍ରଶେଖର ସିଂ ହରିଚନ୍ଦନ ମହାପାତ୍ର) । ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ, ଅଦ୍ୟାବଧୂ ତାଙ୍କର ପ୍ରତିମୂର୍ତ୍ତୀ ଠିକଣା ଭାବରେ ଅବସ୍ଥାପିତ ହୋଇପାରିନାହିଁ । ପଠାଣି ସାମନ୍ତ ଅଡିଟୋରିୟମର ନୂତନ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରିବା
ସହିତ ପଠାଣି ସାମନ୍ତଙ୍କ ସୁଦୃଶ୍ୟ ବ୍ରୋଞ୍ଜ ମୂର୍ତ୍ତୀ ଅଡିଟୋରିୟମର ପ୍ରବେଶ ଦ୍ବାରରେ ସମ୍ମାନର ସହ ସ୍ଥାପନ କରାଯିବା ପାଇଁ ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ଉପସଭାପତି ରଣଜିତ ଦାଶ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କୁ ଭେଟି ଦାବି ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.