ଝାରସୁଗୁଡା ଉପନିର୍ବାଚନ : ବିଜେଡିର ଜୋରଦାର ପ୍ରଚାର

0 2

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତି ରେ ବିଜେଡିରେ ମିଶିଲେ ବିଜେପି ଯୁବ ମଣ୍ଡଳ ସାଧାରଣ ସମ୍ପାଦକ 

ଝାରସୁଗୁଡା :ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ହୋଇଥିବା ବେଳେ ବିଜେଡିର ରଣନୀତି ଆଗରେ ଥଳକୂଳ ପାଉ ନାହନ୍ତି ବିରୋଧୀ ଦଳ. ଅନ୍ୟପକ୍ଷରେ ବିଭିନ୍ନ ଦଳର ଟାଣୁଆ ନେତାମାନେ ବିଜେଡିରେ ଯୋଗ ଦେଉଛନ୍ତି ସେମାନଙ୍କ ସମର୍ଥକଙ୍କ ସହ. କଂଗ୍ରେସ ବିଜେପି ଛାଡି ବିଜେଡିରେ ଯୋଗ ଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ଝାରସୁଗୁଡ଼ା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ସାଧାରଣ ସମ୍ପାଦକ ସ୍ଵତନ୍ତ୍ର କୁମାର ଗୁପ୍ତା ଯୋଗ ଦେଇଛନ୍ତି ବିଜେଡିରେ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ରେ ଅନୁପ୍ରାଣିତ ହୋଇ ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନା, ସ୍ଵର୍ଗତ ନବ ଦାସଙ୍କ ପୁତ୍ର ବିଶାଳ ଦାଶ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ବିଜେଡି ନେତୃ ମଣ୍ଡଳୀ ଉପସ୍ଥିତି ରେ ଝାରସୁଗୁଡ଼ା ପୌରାଞ୍ଚଳର 200 ଯୁବକର୍ମୀ ରୁ ଅଧିକ ବିଜେପି କର୍ମୀ ଦଳ ଛାଡ଼ି ବିଜୁ ଜନତା ଦଳ ରେ ଯୋଗ ଦେଲେ ନେତୃମଣ୍ଡଳୀ ସମସ୍ତେ ବିଜେଡି ଦଳ ର ପ୍ରାର୍ଥୀନୀ ସୁଶ୍ରୀ ଦୀପାଳି ଦାସ କଂ ପାଇଁ ବିପୁଳ ଭୋଟ ରେ ଜିତାଇବାକୁ ସଂକଳ୍ପ କରିଛନ୍ତି |

Leave A Reply

Your email address will not be published.