ସୁନ୍ଦରଗଡ଼,୦୧/୦୫(ବସନ୍ତ କୁମାର ଜେନା): ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲାପାଳ ଡା. ପରାଗ ଗଭାଲି ଙ୍କ ଦ୍ଵାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
ଆଜିର ଅନୁଷ୍ଠିତ ଏହି ଜନ ଶୁଣାଣି ରେ ମୋଟ ୧୩୩ ଟି ଅଭିଯୋଗ ଆସିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରେ ୧୧୪ ଟି ଅଭିଯୋଗ ବ୍ୟକ୍ତିଗତ ଜନିତ ହୋଇଥିବା ବେଳେ ୧୯ ଗୋଟି ସାମୁହିକ ବା ଗୋଷ୍ଠି ସମସ୍ୟା ସମ୍ପର୍କିତ ଅଭିଯୋଗ ଗୁଡିକ ରହିଥିଲା I ଏହି ସାମୁହିକ ଅଭିଯୋଗ ଗୁଡିକ ମଧ୍ୟରେ ରାସ୍ତା ଘାଟ ମରାମତି, ଡ୍ରେନେଜ ସମସ୍ୟା, ବିଦ୍ୟାଳୟ ର ସମସ୍ୟା, କର୍ମଚାରୀ ନିଯୁକ୍ତି ଆଦି ରହିଥିଲା I ସେହିପରି ବ୍ୟକ୍ତିଗତ ଅଭିଯୋଗ ଗୁଡିକ ମଧ୍ୟରେ ରାସନ କାର୍ଡ, ଟ୍ରାଇ ସାଇକେଲ ଯୋଗାଣ, ବାର୍ଦ୍ଧକ୍ୟ ଭତ୍ତା, କୋର୍ଟ କେଶ ଆଦି ରହିଥିଲା I ସେହିପରି ୬୨ ଗୋଟି ଅଭିଯୋଗ ର ତତ୍ କ୍ଷଣାତ୍ ସମାଧାନ କରାଯାଇଥିଲା I ସେଥିମଧ୍ୟରୁ ୪୩ ଗୋଟି ସି. ଏମ୍. ଆର୍. ଏଫ୍. ରୁ ଆର୍ଥିକ ସହାୟତା ନିମନ୍ତେ ରହିଥିଲା ଏବଂ ୨ ଗୋଟି ଜିଲ୍ଲା ରେଡ୍ କ୍ରସ୍ ରୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଆବେଦନ ରହିଥିଲା I ସେହିଭଳି ଅନ୍ୟାନ୍ୟ ଅଭିଯୋଗ ଗୁଡ଼ିକର ତ୍ଵରିତ ସମାଧାନ ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I
ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସୁନ୍ଦରଗଡ଼ ଶ୍ରୀ ସୁରେନ୍ଦ୍ର ମାଝୀ, ସୁନ୍ଦରଗଡ଼ ବାରଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମୀରାସେ , ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର, ପି. ଏ. ଆଇ. ଟି. ଡ଼ି. ଏ. ସୁନ୍ଦରଗଡ଼ ଶ୍ରୀ ରାମକୃଷ୍ଣ ଗଣ୍ଡ, ସଦର ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.