ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଳା ବଣେଇ ୟୁନିୟନ ଅଫ ଜର୍ନାଲିଷ୍ଟ।

0 2

ସୁନ୍ଦରଗଡ଼ / ବଣେଇ(ବସନ୍ତ କୁମାର ଜେନା) :- ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ଆହ୍ଵାନ କ୍ରମେ ଆଜି ଶ୍ରମିକ ଦିବସ ମେ ୧ ତାରିଖକୁ ପ୍ରତିବାଦ ଦିବସ ଭାବେ ପାଳନ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦେଶ୍ୱରେ ବଣେଇ ୟୁନିୟନ ଅଫ ଜର୍ନାଲିଷ୍ଟ ସଂଘ ତରଫରୁ ବଣେଇ ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଗଲା। ଦାବି ଗୁଡ଼ିକ ହେଲା
୧:- ପ୍ରଚଲୀତ ବିମା ରାଶିର ପରିମାଣକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ।
୨:- ଅଧିକାଂଶ ରାଜ୍ୟରେ ପେନସନ ଯୋଜନା କାର୍ଯ୍ୟକାରୀ ହେଉ ଥିବାରୁ ଓଡ଼ିଶାରେ ତୁରନ୍ତ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ପେନସନ ପ୍ରଦାନ କରାଯାଉ।
୩:- ଦୀର୍ଘ ଦିନ ଧରି ଅଚଳ ଥିବା ସାମ୍ବାଦିକ ଅଧିଶିକୃତି କମିଟିର ତୁରନ୍ତ ପୁନର୍ଗଠନ କରାଯାଉ।
୪:- ମହାରାଷ୍ଟ୍ର ଓ ଛତିଶଗଡ ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ହେଉ
ଏହି ସବୁ ଦାବି ନେଇ ଆଜି ସାରା ରାଜ୍ୟରେ ଓଡ଼ିଶା ସାମ୍ବାଦିକ ସଂଘର ଆହ୍ଵାନ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ଵରେ ଦାବିପତ୍ର ଦିଆଯାଇ ଥିବା ବେଳେ ବଣେଇ ୟୁନିୟନ ଅଫ ଜର୍ନାଲିଷ୍ଟ ସଂଘର ସାମ୍ବାଦିକ ଓ ସାମ୍ବାଦିକା ଭାଇ ମାନେ ବଣେଇ ଉପଜିଲ୍ଲାପାଳ ଙ୍କ ଜରିଆରେ ଏହି ଦାବିପତ୍ର ଦେଇ ଆଜିର ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କରିଛନ୍ତି।

Leave A Reply

Your email address will not be published.