ଉତ୍କଳ ହିତୈଷିଣୀ ସମାଜ ଓ ଉତ୍କଳ ସମ୍ୱିଳନୀ ଆନୁକୁଲ୍ୟରେ ମଧୁସୂଦନ ଜୟନ୍ତୀ ପାଳିତ

0

 ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ପ୍ରତ୍ୟେକ ଓଡ଼ିଆ ଶୟନେ ସ୍ୱପନେ ଜଗରଣେ ସଜାଗ ରହିବା ବାଞ୍ଛନୀୟ ବୋଲି ବୁଦ୍ଧିଜୀବୀ ଗଣ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ଡ.ଭୁବନେଶ୍ୱର ପଟ୍ଟନାୟକ , ଆଲୋଚକ ଅଶୋକ କୁମାର ପାଣିଗ୍ରାହୀ , ଶ୍ୱେତା ପଟ୍ଟନାୟକ , ଆଶାଲତା ପାଣିଗ୍ରାହୀ , ଇତିଶ୍ରୀ ମହାପାତ୍ର , ନରସିଂହ ଗୌଡ଼ ପ୍ରମୁଖ ଯୋଗ ଦେଇଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀ ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକୁ ସଂଯୋଜନା କରିଥିଲେ।
ଡ.କଲ୍ୟାଣୀ ମିଶ୍ର ସ୍ଵାଗତ ସମ୍ଭାଷଣ ଏବଂ ଅରକ୍ଷିତ ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ। ବିଷ୍ଣୁ ପଣ୍ଡା , ଶଶୀଭୂଷଣ ପଟ୍ଟନାୟକ , ନିତ୍ୟାନନ୍ଦ ଚୌଧୁରୀ , ଶରତ ସାହୁ , ତ୍ରିପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.