ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଓ ଆଇନଜୀବି ଦିବସ ପାଳିତ ହୋଇଯାଇଛି।
ଓକିଲ ସଂଘର ସଭାପତି ଶ୍ରୀ ସିଦ୍ଧେଶ୍ଵର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କୋର୍ଟର ବିଚାରପତି ମାନେ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ କର୍ମମୟ ଜୀବନୀ ଆଲୋଚନା କରି ନିଜ ମତବ୍ୟକ୍ତ କରିଥିଲେ।
ସେହିପରି ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ମଧୁବାବୁଙ୍କ ଓଡ଼ିଶା ପାଇଁ ତ୍ୟାଗ ଓ ସଂଘର୍ଷ ଗାଥା କହିବା ସହ ଆଧୁନିକ ନ୍ୟାୟିକ ବ୍ୟବସ୍ଥାରେ ନୂତନ ଚିନ୍ତାଧାରା ନେଇ ମହକିଲଙ୍କୁ କିପରି ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ସେ ବିଷୟ ଆଲୋଚନା ହୋଇଥିଲା।
ଓକିଲ ସଂଘ ସଂପାଦକ ଶ୍ରୀ ଏମ୍.ପୃଥିବୀରାଜ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପ ସଭାପତି ଶ୍ରୀ ବାବୁ ରାଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଓକିଲ ସଂଘର ସଦସ୍ୟ ମାନେ ଯୋଗ ଦେବା ସହ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.