ରାଉରକେଲା, (ବସନ୍ତ କୁମାର ଜେନା):- ଆଜିକୁ ୧୦ ଦିନ ହେବ ଦେଓଗାଁ ଅଂଚଳରେ ଜଳ ଯୋଗାଣ ବନ୍ଦ ହୋଇଯିବା ଯୋଗୁଁ ସେଠାରେ ଜଳ ସଂକଟ ଦେଖାଦେଇଛି। ଲୋକମାନେ ପାଣି ଟୋପାଏ ପିଇବା ପାଇଁ ୪୦ ଡିଗ୍ରୀ ଖରାରେ ଲମ୍ବା ଲାଇନ କରି ଅପେକ୍ଷା କରିବାକୁ ପଡୁଛି। ଜଳ ଯୋଗାଣ ହେଉଥିବା ପାଇପ୍ ଫାଟି ଯିବା ଯୋଗୁଁ ଆଜିକୁ ୧୦ ଦିନ ହେବ ଅଂଚଳରେ ଜଳ ଯୋଗାଣ ବନ୍ଦ ରହିଛି। ବିଭାଗ ପକ୍ଷରୁ ପାଣି ଟ୍ୟାଙ୍କର ରେ ପାଣି ଦିଆଯାଉଥିଲା ବେଳେ ତାହା ପିଇବା ପାଇଁ କେବଳ ହେଉଛି । ଅଂଚଳରେ ଲୋକଙ୍କୁ ଅଧିକ ଟ୍ୟାଙ୍କର ଲଗାଇ ପାନୀୟ ଜଳ ଯୋଗାଇ ଦେବା,ଟ୍ୟୁବଲ ଗୁଡ଼ିକର ମରାମତି କରିବା ଓ ଜଳ ଯୋଗାଣ ପାଇପ୍ ମରାମତି କାର୍ଯ୍ୟ ଶୀଘ୍ର ସାରିବାକୁ ଦାବିକରି ଆଜି ଅଂଚଳର ଶତାଧିକ ମହିଳା ପୁରୁଷ ସି ପି ଆଇ ଏମ୍ ନେତୃତ୍ୱରେ ରାଉରକେଲା ମହାନଗର ନିଗମ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କମିଶନର ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଙ୍କୁ ଅଭିଯୋଗ ଶୁଣାଇବା ସହ ପ୍ରତିକାର ଦାବି କରିଥିଲେ। କମିଶନର ତୁରନ୍ତ ଅଧିକ ଟ୍ୟାଙ୍କର ଲଗାଇ ଲୋକଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇ ଦେବା ସହିତ ଟ୍ୟୁବଲ ଗୁଡ଼ିକର ମରାମତି କରିବା ସହିତ ଜଳ ଯୋଗାଣ ପାଇପ୍ କୁ ଶୀଘ୍ର ମରାମତି କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିକ୍ଷୋଭ ରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ସଂପାଦକ ମଣ୍ଡଳୀ ସଭ୍ୟ ଅଜୟ ଶର୍ମା, ଚନ୍ଦ୍ରଭାନୁ ଦାସ, ଶାଖା କମିଟି ସଂପାଦକ କବି ପ୍ରଧାନ, ମନୋଜ ସାହୁ,ସୁରୁ ଦାସ,ରାଜା ମଣି, ଜ୍ୱସ୍ନା ମହାନ୍ତ, ଜ୍ୟୋତି ମେହେର, ଦେବକୀ ମୁଣ୍ଡା, ସୁଶୀଳା ମହାନ୍ତ, ସୁନିତା ମେହେର ସମେତ ବହୁ ମହିଳା ପୁରୁଷ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.