ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର-ଭଦ୍ରକ୍ ରେଳ ସେକ୍ସନ ନୀରିକ୍ଷଣ

0

ଯାତାୟତ ସୁବିଧା ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡିକ ସମୀକ୍ଷା 

ଭୁବନେଶ୍ୱର: ​ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ଯାଞ୍ଚ କରି ରେଳ ଚଳାଚଳ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଭବିଷ୍ୟତରେ ଅଧିକ ଯାତାୟତ ବୃଦ୍ଧି ସମ୍ବନ୍ଧରେ ଆକଳନ କରିଛନ୍ତି |

ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟାନ୍ୟ ବରିଷ୍ଠ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ |

ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଥିବା ଷ୍ଟେସନ ମାନଙ୍କରେ ଭିତ୍ତିଭୂମି ସମ୍ବନ୍ଧୀୟ ତଥା ଯାତ୍ରୀଙ୍କ ସୁବିଧା ସହ ଟ୍ରେନ ଯାତାୟତ ସୁବିଧା ସମୀକ୍ଷା କରିଥିଲେ ଏବଂ ଟ୍ରେନ୍ ଚଳାଚଳ ସୁଗମ ତଥା ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟା ତଥା ଯାତ୍ରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ |

Leave A Reply

Your email address will not be published.