ଭୁବନେଶ୍ୱର : ରାଜ୍ୟର ସମସ୍ତ ପୌର ସଂସ୍ଥା ପକ୍ଷରୁ ପ୍ରସ୍ତୁତ ଜୈବିକ ମୋ ଖତର ବିକ୍ରୟ ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ଶେଷ କରିବା ନିମନ୍ତେ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି । ଏ ନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ସ୍ଵଛ ଭାରତ ମିଶନର ଅତିରିକ୍ତ ମିଶନ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ସମସ୍ତ ମହାନଗର ନିଗମର କମିଶନର , ପୌରପାଳିକା ଓ ଵିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ମାନଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି । ସେ ପତ୍ରରେ ଉଲ୍ଳେଖ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ରିହାତି ଦରରେ ମାତ୍ର ୧୦ ଟଙ୍କାରେ ଏହି ଖତ ଉପଲବ୍ଧ ହେଉଥିବାରୁ ଜନସାଧାରଣ ଏହାର ସୁଯୋଗ ନେବା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । କୃଷି , ଉଦ୍ୟାନକୃଷି, ମୁର୍ତିକା ସଂରକ୍ଷଣ ଓ ବନ ବିଭାଗ ପକ୍ଷରୁ ଜୁଲାଇ ରୁ ଅଗଷ୍ଟ ମାସ ମଧ୍ୟରେ ବହୁ ପରିମାଣରେ ଖତ ଆବଶ୍ୟକ ହେଉଥିବାରୁ ସେମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କର ଆବଶ୍ୟକତା ଅନୁଯାୟି ମୋ ଖତ ର ପ୍ୟାକିଂ ଆଦି କରି ଯୋଗାଇ ଦେବାକୁ କୁହାଯାଇଛି । ସେହିପରି ମୋ ଖତ ପ୍ୟାକିଂ ରେ ବ୍ୟବହାର ହେଉଥିବା ବ୍ୟାଗ କେବଳ ମିଶନ ଶକ୍ତି ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବ୍ୟାଗ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ମହିଳା ସଶକ୍ତୀକରଣ ମଧ୍ୟ ତ୍ୱରାନ୍ୱିତ ହୋଇ ପାରିବ । ଏ ନେଇ ବିଭାଗୀୟ ପଦାଧିକାରୀମାନେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦିଆଯାଇଛି ।
ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଉଦ୍ୟାନକୃଷି ବିଭାଗ ଉପନିର୍ଦ୍ଦେଶକ , ଜିଲ୍ଲା ମୁର୍ତିକା ସଂରକ୍ଷଣ ଅଧିକାରୀ ଓ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ମଧ୍ୟ ପତ୍ର ଲେଖି ପୌର ପରିଷଦ ଗୁଡିକ ତରଫରୁ ପ୍ରସ୍ତୁତ କରାଯାଉଥିବା ଜୈବିକ ଖତ “ମୋ ଖତ” ବ୍ୟାବପ ଭାବେ ବ୍ୟବହାର କରିବାକୁ ସେମାନଙ୍କ ବିଭାଗ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଅନୁରୋଧ କରିଛନ୍ତି । ୟୁ .ଏଲ୍ .ବି ଗୁଡିକ ସେମାନଙ୍କ ପାଖରେ କେତେ ଖତ ଅଛି , ଦୈନିକ କେତେ ଖତ ବାହାରୁଛି ଓ କେତେ ବିକ୍ରି ହେଲା ସେ ସମ୍ପର୍କରେ ଦୈନିକ ବିଭାଗକୁ ଅବଗତ କରିବାକୁ ମଧ୍ୟ କୁହାଯାଇଛି
Sign in
Sign in
Recover your password.
A password will be e-mailed to you.
Prev Post