ସାରସକଣାରୁ ଦିପୁ ମହାପାତ୍ର : ସାରସକଣା ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣ ରେଖା କେନାଲ ରାସ୍ତା ରେ ସୋଲାର ପ୍ଲେଟ ଚୋରି ଅଭିଯୋଗରେ ଝାରପୋଖରିଆ ପୋଲିସ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ମୁରୁଣିଆ ଗ୍ରାମର ବିଷ୍ଣୁପଦ ମହାକୁଡ଼, କାର୍ତିକ ଘୋଷ ଓ ବାଘବୁଡା ଅଞ୍ଚଳର ଶାନ୍ତନୁ ସିଂ ,ରାକେଶ ମହାନ୍ତ। ସୂଚନା ଅନୁଯାୟୀ ସୁବର୍ଣରେଖା କେନାଲ ରାସ୍ତାରେ ରାତି ପ୍ରାୟ ୧ଟା ସମୟରେ OD11B 6295,ଓ OD11M 1955 ଦୁଇଟି ବାଇକରେ ଚାରି ଜଣ ଚାରିଗୋଟି ସୋଲାର ପ୍ଲେଟ ନେଇ ଯାଉଥିବା ସମୟରେ ହୁମ୍ଗଗାଡ ମାନେ ଅଟକ ରଖି ପଚରାଉଚରା କଲାପରେ ସନ୍ଦେହ ହେବାରୁ ଥାନାକୁ ଖବର ଦେଇଥିଲେ । ତେବେ ସେମାନଙ୍କୁ ଆଣି ତଦନ୍ତ ପରେଏହା ଚୋରି ଜିନିଷ ବୋଲି ଜଣାପଡିଥିଲା ପରେ ଏକ ମାମଲା (ନଂ.୧୦୬/୨୩) ରୁଜୁ କରି ୪ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ଝାରପୋଖରିଆ ପୋଲିସ |
Sign in
Sign in
Recover your password.
A password will be e-mailed to you.