ଜିଲ୍ଲା ସଂସ୍କୃତି ବିଭାଗ ଓ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ କବି ଶ୍ରୀ ଜୟଦେବ ଜୟନ୍ତୀ ଓ ଆଲୋଚନା ଚକ୍ର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଂସ୍କୃତି ବିଭାଗ ଓ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ଶ୍ରୀ ଜୟଦେବ ଜୟନ୍ତୀ ପାଳନ କରିବା ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାରମ୍ଭିକ ସମ୍ବାଷଣ ଅଧ୍ୟାପକ ସୌଦାଗର ସିଆ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼.କୁଳମଣି ଓଝା , ଉପ-ସଚିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ରହ୍ମପୁର ଯୋଗଦେଇ ଜୟଦେବଙ୍କ ଜୀବନୀ ଓ ଗୀତ ଗୋବିନ୍ଦ ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ।ରାଜାମହାରାଜ ମାନେ ପୂର୍ଵରୁ କଳା , ସଂସ୍କୃତି , ସାହିତ୍ୟ , ବଞ୍ଚାଇ ରଖିଛନ୍ତି। ଜୟଦେବଙ୍କ ସାହିତ୍ୟିକ ଜୀବନର ଇତିହାସ ବିଷୟରେ ଅଧିକରୁ ଅଧିକ ଗବେଷଣା କରି ବର୍ତ୍ତମାନର ଯୁବ ପିଢ଼ି ମାନଙ୍କୁ ସଚେତନତା ଓ ପ୍ରସାର କରିବା ଦାୟିତ୍ୱ ବୋଲି କହିଥିଲେ।
ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଯୋଗଦେଇ ଜୟଦେବଙ୍କ ଓଡ଼ିଆ କବି ଓ ତାଙ୍କର ଅମର କୃତି ଗୀତ ଗୋବିନ୍ଦ ସଂପର୍କରେ ଅଲୋକପାତ କରିଥିଲେ। ସେହିପରି ଉକ୍ତ ଆଲୋଚନାରେ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରିୟା ପ୍ରଧାନ ଓ ରଶ୍ମିତା ପ୍ରମାଙ୍ଗିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ବିଭାଗର ମୁଖ୍ୟ ଡ଼.ଚନ୍ଦ୍ର ଶେଖର ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଅଧ୍ୟାପକ ଅର୍ଜୁନ ଜେନା ସଭା ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ , ବରିଷ୍ଠ ନାଗରିକ , ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରେ ହୋଇଥିବା ଓଡ଼ିଆ ବକ୍ତୃତା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.