ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗଜପତିଙ୍କ ତରଫରୁ ଗଜପତି ଜିଲ୍ଳା ସ୍ତରୀୟ କୃଷକ ଦିବସ ଓ ପବିତ୍ର ଅକ୍ଷୟ ତୃତୀୟା ଅକ୍ଷିମୁଠି ଅନୁକୂଳ ଗୁମ୍ମା ବ୍ଲକର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପାରଶମ୍ବା ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ , ଗଜପତି ଯୋଗଦେଇ ଭୂମିପୂଜନ , ଯଜ୍ଞ କର୍ମ , ଅକ୍ଷିମୁଠି ଅନୁକୂଳ କରିଥିଲେ।
ଗୁମ୍ମା ବ୍ଲକର ଜିଲ୍ଲାପରିଷଦ ସଭ୍ୟା ସମେତ ଜୀବା , ତରଙ୍ଗଡା ଓ ମୁନିସିଂର ସରପଞ୍ଚଗଣ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ସେହିପରି ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ ଡ଼.ରମାକାନ୍ତ ରଣା , କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ଼.ସଂଜୀବ ମାଣ୍ଡି , ଉଦ୍ୟାନ ଅଧିକାରୀ ଶ୍ରୀ ଦିଲ୍ଲୀପ ଡିଙ୍ଗଲ , ଏକଜ୍ୟୁଟିଭ୍ ଇଞ୍ଜିନିୟର କୃଷି ଶ୍ରୀଯୁକ୍ତ ରମେଶ ସିଂ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଇରେନିୟାସ୍ ପ୍ରଧାନ ଯୋଗଦେଇ କୃଷି ବୈଷୟିକ ବିଜ୍ଞାନ ବିଷୟରେ ଆଲୋଚନା କରିଥିଲେ।
ଚଳିତ ବର୍ଷରେ ରାଜ୍ୟ ତଥା ଜାତୀୟ କୃଷି ଯୋଜନା ଗୁଡିକ ସହାୟତାର କିପରି ଚାଷୀର ଆୟ ବହୁ ଗୁଣିତ ହେବ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା।
ଗୁମ୍ମ ବ୍ଲକ୍ ତଥା ଅନ୍ୟ ବ୍ଲକରୁ ଦୁଇଶହ ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ମାନେ ଯୋଗଦେଇ ଭୂମିପୂଜନ ଓ
ଆକ୍ଷିମୁଠି ଅନୁକୂଳ ଏବଂ ସମବେତ ଉତ୍ସବରେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଗୁମ୍ମା ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଚାନ୍ଦ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳନା କରିଥିବା ବେଳେ ଅନ୍ୟତମ କୃଷି ଅଧିକାରୀ ଶ୍ରୀ କେ.ସୁରଜ ପାତ୍ର , ସଂଘମିତ୍ରା ପ୍ରଧାନ , ଶୁଭଶ୍ରୀ ପ୍ରିୟଦର୍ଶୀନୀ , ଗ୍ରାମ୍ୟ କୃଷି କର୍ମଚାରୀ , ଆତ୍ମାର ଅଧିକାରୀ ଓ କୃଷକ ସାଥୀ ମାନେ ସହଯୋଗରେ ଉତ୍ସବଟିକୁ ସଫଳତା ସହ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.