ନୟାଗଡ଼,୧୮/୪:ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୩ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମଇ ୭ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ। ଏହି ଅବସରରେ ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ବ୍ୟଙ୍ଗ କବି ମାନଙ୍କୁ ନେଇ ହସି ହସାଅ ଆସରରେ ଜ୍ଞାନ ହୋତା, ସତ୍ୟାନାଶ,କୁଳାଙ୍ଗାର,ବୋଲଗଡ଼ ଏକ୍ସପ୍ରେସ,ମନ ମାଷ୍ଟ୍ରେ,ରବିନ୍ଦ୍ର ରାଉତ ସମେତ ୧୨ଜଣ ବ୍ୟଙ୍ଗକାର ଯୋଗ ଦେବେ।ବିଶେଷ ଆକର୍ଷଣ ଭାବେ ଓଟିଭି ନ୍ୟୁଜଫିଉଜର ମନ ମତାଣିଆ ଉଦଘୋଷକ ହଇରେ ନାରଣ(ହୃଷିକେଶ) ଏବଂ ଚଳଚ୍ଚିତ୍ର ଓ ଟିଭି ଜଗତର ବିଶିଷ୍ଟ ହାସ୍ୟ ଅଭିନେତା ବ୍ରଜ ସିଂ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ହସେଇ ହସେଇ ବେଦମ କରିଦେବେ ବୋଲି ଆଲୋଚନାରୁ ଜଣାପଡ଼ିଛି। ଶେଷରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ ପାଇବା ଯୋଗ୍ୟ ବିବେଚିତ ବ୍ୟଙ୍ଗ ବାଗିଶ ଶ୍ରୀଯୁକ୍ତ ସତ୍ୟାନାଶଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରିବା ସଙ୍ଗେ ସଙ୍ଗେ ନଗଦ ୨୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ।ଏହି ପ୍ରସ୍ତୁତି ବୈଠକରେ ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀ, ସମ୍ପାଦକ ନିର୍ମଳ ଶୁରଦେଓ,କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ପୂର୍ଣଚନ୍ଦ୍ର ଶତପଥୀ,ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ,ହାସ୍ୟରସିକ ମି. କାଳିଆ,ରବୀନ୍ଦ୍ର ରାଉତ ପ୍ରମୁଖ ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଶିକ୍ଷକ ପ୍ରଦୀପ୍ତ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post