କଥାଦେଇ କଥା ରଖିଲେ ବିଧାୟକ ସୁଶାନ୍ତ ସିଂ

0 2

https://youtu.be/4TT-QVAbIUI

ଦଶମାଇଲ ଶିଶୁ ଉଦ୍ୟାନ ପାଇଁ ପ୍ରଥମ ପର୍ଯ୍ୟାୟରେ ମିଳିଲା 25 ଲକ୍ଷ

ସୁଶାନ୍ତଙ୍କୁ ଦଶମାଇଲ ବିକାଶ ପରିଷଦ ତଥା ଅଞ୍ଚଳବାସୀ ଜଣାଇଲେ ଧନ୍ୟବାଦ

ଭଟଲି : – କେବଳ ଭଟଲି ନିର୍ବାଚନ ମଣ୍ଡଳୀ କିମ୍ବା ବରଗଡ଼ ଜିଲ୍ଲା ନୁହେଁ ପୁରା ପଶ୍ଚିମ ଓଡ଼ିଶା ବାସୀଙ୍କୁ ଜଣା ଯେ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଯେଉଁ ଉନ୍ନୟନ ମୂଳକ କାର୍ୟ୍ଯ ପାଇଁ ପ୍ରତିଶ୍ରୁତି କିମ୍ବା କଥା ଦେଇଥାନ୍ତି ତାକୁ ନିଶ୍ଚିତ ଭାବରେ ପୂରଣ କରନ୍ତି । ଶ୍ରୀ ସିଂ 2009 ମସିହାରେ ବିଧାୟକ ହେବା ପରେ ବଦଳିବାରେ ଲାଗିଛି ଭଟଲି ନିର୍ବାଚନ ମଣ୍ଡଳୀର ଚିତ୍ର । ବିକାଶ ପଥରେ କ୍ଷିପ୍ର ଗତିରେ ଆଗେଇ ଚାଲିଛି ଭଟଲି ନିର୍ବାଚନ ମଣ୍ଡଳୀ । ଗତ କିଛିଦିନ ତଳେ ମାନ୍ୟବର ବିଧାୟକ କଥା ଦେଇଥିଲେ ଯେ ଦଶମାଇଲ ଛକ ନକଟରେ ଶିଶୁ ମାନଙ୍କ ପାଇଁ ଏକ ଭବ୍ୟ ଓ ସୁନ୍ଦର ଶିଶୁ ଉଦ୍ୟାନ ନିର୍ମାଣ କରାଯିବା ପାଇଁ । ମାନ୍ୟବର ବିଧାୟକ ଙ୍କର ମୁହଁରୁ ଶିଶୁ ଉଦ୍ୟାନ ର କଥା ଶୁଣି ଲୋକଙ୍କ ମନରେ ଏକ ଆଶା ଜାଗ୍ରତ ହୋଇଥିଲା । ଆଜି ମାନ୍ୟବର ବିଧାୟକ ଙ୍କର କଥା ଅନୁସାରେ ଦଶମାଇଲ ଶିଶୁ ଉଦ୍ୟାନ ପାଇଁ ସରକାର ଙ୍କ ରାଜକୋଷ ରୁ ପ୍ରଥମ ପର୍ଯ୍ୟାୟ ରେ 25ଲକ୍ଷ ଟଙ୍କା ମଂଜୁର ହୋଇ ଆସିଛି । ତୁରନ୍ତ କଥା ରଖିଥିବାରୁ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ ମହୋଦୟ ଙ୍କୁ ଦଶମାଇଲ ବିକାଶ ପରିଷଦ ତଥା ଅଞ୍ଚଳବାସୀ ଏହି ମହନୀୟ କାର୍ଯ୍ୟ ପାଇଁ ଭୁୟସୀ ପ୍ରଶଂସା କରିବା ସହ ଆନ୍ତରିକ କୃତଜ୍ଞତା ମଧ୍ୟ ଜ୍ଞାପନ କରୁଛନ୍ତି l ଏହି ଶିଶୁ ଉଦ୍ୟାନ ନିର୍ମାଣ ଦ୍ୱାରା ଶିଶୁ ମାନଙ୍କର ଶାରୀରିକ ବିକାଶ ସହିତ ଶିଶୁ ମାନଙ୍କୁ ଆନନ୍ଦିତ ମଧ୍ୟ କରି ପାରିବ । ଏହା ସହିତ ଭଟଲି ନିର୍ବାଚନ ମଣ୍ଡଳୀର ବିକାଶ ଫର୍ଦ ରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯିବ ll କୋମଳ ମତି ଶିଶୁ ମାନଙ୍କ ପାଇଁ ବିଭିନ୍ନ ଖେଳ ଉପକରଣ , ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ପାଦଚଲା ରାସ୍ତା ଏବଂ ବସିବା ପାଇଁ ଧାତବ ନିର୍ମିତ ଚୌକି , ସୌନ୍ଦର୍ଯ୍ୟକରଣ ପାଇଁ ଜଳ ଫୁଆରା , ରଙ୍ଗୀନ ଆଲୋକ ମାଳା ସହ ଅଳ୍ପ କିଛି ଦିନ ଭିତରେ ଶିଶୁ ଉଦ୍ୟାନ ଟି ସଜେଇ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି ll ଜାତୀୟ ରାଜପଥ ଉପରେ ଆତ ଜାତ ସମସ୍ତ ପଥଚାରୀ ଙ୍କ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହେବାକୁ ଯାଉଛି ଦଶମାଇଲ ର ଶିଶୁ ଉଦ୍ୟାନ l ସୁଶାନ୍ତ ସିଂହ ଥରେ ଯାହା କହିଥାନ୍ତି ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥାନ୍ତି ଏବଂ ସେହି କାର୍ଯ୍ୟ ନ ହେବା ପର୍ଯ୍ୟନ୍ତ ବାରମ୍ବାର ସେ କାର୍ଯ୍ୟ କିପରି ଭାବରେ ସୁରୁଖୁରୁରେ ହେଇପାରିବ , ଦାୟିତ୍ୱ ର ସହ ନିଜେ ପ୍ରତ୍ୟକ୍ଷ ରୂପେ ତଦାରଖ କରିଥାନ୍ତି l ବ୍ୟସ୍ତତା ଭିତରେ ବି ସେ ସମସ୍ତଙ୍କ କଥା ବୁଝିବା ସହ ଯେଉଁ ଜାଗାରେ ଯାହା ଆବଶ୍ୟକ ତାହା କରାଇବାରେ ନିଜେ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି l ଆଜି ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ପ୍ରଥମ କିସ୍ତି ର ଟଙ୍କା ଆସିବା ପରେ ସମଗ୍ର ସୋହେଲା ଅଞ୍ଚଳରେ ବିଧାୟକ ଙ୍କର ପ୍ରଶଂସା ଖେଳି ଯାଇଛି ।

Leave A Reply

Your email address will not be published.